Advertisment

ଚିନ୍ତା ବଢାଉଛି ସୁବର୍ଣ୍ଣରେଖା: ବନ୍ୟା ପାଣିରେ ଦିନ କାଟୁଛନ୍ତି ହଜାର ହଜାର ଲୋକ

ମାତ୍ର ୫ ଦିନର ବ୍ୟବଧାନ ପରେ ପୁଣି ଜଳ ପ୍ରଳୟ। ଜନବସତି, ରାସ୍ତାଘାଟ, ବିଲଗହିର ସବୁଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଓ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଅଧିକ ଗେଟ୍ ଖୋଲାଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା। ଆଉ ତାର ପ୍ରଭାବରେ ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହେଲାଣି।

Flood

Flood

Advertisment

ବାଲେଶ୍ୱର: ମାତ୍ର ୫ ଦିନର ବ୍ୟବଧାନ ପରେ ପୁଣି ଜଳ ପ୍ରଳୟ। ଜନବସତି, ରାସ୍ତାଘାଟ, ବିଲଗହିର ସବୁଆଡ଼େ ଖାଲି ପାଣି ଆଉ ପାଣି ଦେଖିବାକୁ ମିଳିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଓ ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜର ଅଧିକ ଗେଟ୍ ଖୋଲାଯିବା ପରେ ଫୁଲୁଛି ସୁବର୍ଣ୍ଣରେଖା। ଆଉ ତାର ପ୍ରଭାବରେ ବାଲେଶ୍ୱର ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହେଲାଣି। ଯୁଆଡ଼କୁ ଚାହିଁବ ପାଣି ଆଉ ପାଣି। ଚିଲିକା ହ୍ରଦ ଭଳି ଦୃଶ୍ୟମାନ ହେଉଛି ଦୁଇ ବ୍ଲକର ୬୦ରୁ ଅଧିକ ଗାଁ। ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି ଅନେକ ଲୋକେ। ଆଉ ବସ୍ତା ଅଞ୍ଚଳର ଦୃଶ୍ୟ ବି ବେଶ୍‌ ହୃଦୟଥରା ରହିଛି। ଜଳକାର ଉଛୁଳା ବନ୍ୟା ଜଳ ମାଡି ଆସିବା ପରେ ଗାଁ ଦାଣ୍ଡରେ ସୃଷ୍ଟି ହୋଇଛି ନଦୀର ଭ୍ରମ। ବ୍ଲକର ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ଶହ ଶହ ଏକର ଚାଷ ଜମିରେ ପାଣି ମାଡି ଯାଇଥିବା ବେଳେ ମଣିଷଙ୍କ ସହ ଗୃହପାଳିତ ପଶୁଙ୍କ ଦୁର୍ଦ୍ଦଶା ବଢିଯାଇଛି।

Advertisment

ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ। ୨୫ ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସ୍ଥିତିକୁ ଦେଖି ୪ଟି ଓଡ୍ରାଫ୍, ୬ଟି ଏସଆରସି ଓ ୮ଟି ଅଗ୍ନିଶମ ଟିମକୁ ମୁତୟନ କରାଯାଇଛି। ଜରୁରୀ ଯାତାୟତ ପାଇଁ ୧୦ଟି ଡଙ୍ଗାକୁ ନିୟୋଜିତ କରାଯାଇଛି। ସେପଟେ ଉପର ମୁଣ୍ଡରେ ବର୍ଷା ଯୋଗୁ ବୈତରଣୀରେ ବନ୍ୟା ଆସିଛି। ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ଥିବା ବେଳେ ଭଦ୍ରକ ଭଣ୍ଡାରୀପୋଖରୀ ଓ ଧାମନଗରରେ ବନ୍ୟା ସ୍ଥିତି ସୃଷ୍ଟି ହେବା ଆଶଙ୍କା ବଢିଯାଇଛି।

Advertisment

ସେପଟେ, ମାଡ଼ି ଆସୁଛି ଲଘୁଚାପ। ଗୋଟିଏ ନୁହେଁ, ଦୁଇ ଦୁଇଟି ଲଘୁଚାପ ଓଡ଼ିଶା ଆଡେ ମୁହାଁଇଛନ୍ତି। ଏମିତି ସୂଚନା ଦେଇଛନ୍ତି ଅନେକ ଘରୋଇ ପାଣିପାଗ ସଂସ୍ଥା। ଚଳିତ ମାସରେ ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାରେ ଲାଗିଛି। ଏଇ ସେପ୍ଟେମ୍ବରରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇ ସାରିଥିବା ବେଳେ ଏବେ ପୁଣି ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ହେଲେ ଏହି ଦୁଇଟି ଯାକ ଲଘୁଚାପ ଏକା ସମୟରେ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଉଛି। ଯାହାକୁ ନେଇ ଚିନ୍ତାରେ ଲୋକେ।

Flood In Balasore Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ