Advertisment

ଯାନ୍ତ୍ରିକ ତ୍ରୁଟିରୁ ଚିଲିକା ମଝିରେ ଅଟକିଲା ଭସାପୋଲ

ଭସାପୋଲରେ ଫସି ରହିଛନ୍ତି ୬୦ରୁ ଅଧିକ ଯାତ୍ରୀ...

ଅଦ୍ୟତନ ହୋଇଛି
Floating bridge vessel with 60 passengers on board stranded in Chilika

Floating bridge vessel with 60 passengers on board stranded in Chilika

Advertisment

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ରହି ଯାଇଛି ଭସାପୋଲ । ଫଳରେ ଭସାପୋଲରେ ୬୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି । ୫ଟି ଚାରି ଚକିଆ ଯାନ ଏବଂ ୨୦ରୁ ଅଧିକ ବାଇକ୍ ଏଥିରେ ରହିଛି । ସାତପଡ଼ାଠାରୁ ୨ଟା ୧୫ଟା ସମୟରେ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀମାନଙ୍କୁ ନେଇ ବାହାରିଥିଲା ଭସାପୋଲ । କିଛି ସମୟ ପରେ ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ମଝି ଚିଲିକାରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଖବରପାଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କର୍ମଚାରୀ ପହଁଚିଛନ୍ତି। ଏଥିସହ ଭସାପୋଲ ମରାମତି କାର୍ଯ୍ୟ ଚାଲିଛି ।

Advertisment

Chilika Development Authority Floating Bridge Chilika Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ