Advertisment

ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପାଞ୍ଚ ବର୍ଷର ଓଡ଼ିଆ ଝିଅ

ସେ ୟୁକେଜିରେ ପଢ଼ନ୍ତି। ଯେଉଁ ବୟସରେ ଅକ୍ଷର ଚିହ୍ନିବା କଥା, ସେ ବୟସରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ। ନିଜ ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଜାଣନ୍ତୁ କିଏ ସେହି ବିସ୍ମୟ ପିଲା...

world record

world record

Advertisment

ବୟସ ମାତ୍ର ପାଞ୍ଚ ବର୍ଷ। ମୁହଁରୁ ଠିକରେ କଥା ବାହାରୁ ନାହିଁ। ଯେଉଁ ବୟସରେ ଖେଳ କୁଦ କରିବା କଥା, ସେହି ବୟସରେ କରିଛନ୍ତି ୱାର୍ଲଡ ରେକର୍ଡ। ଦେଶ-ବିଦେଶର ନାଁ ଓ ଏହାର ରାଜଧାନୀ ସହ ଗ୍ରହ ନକ୍ଷେତ୍ର ଓ ଉଦ୍ଭାବକଙ୍କ ନାଁକୁ ଅନର୍ଗଳ କହି ଦେଉଛନ୍ତି ପାଞ୍ଚ ବର୍ଷର ବାଳିକା। ପ୍ରଥମେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇବା ପରେ ଏବେ ପୁଣି ଇଣ୍ଟରନାସନାଲ ବୁକ ଅଫ ରେକର୍ଡରେ ନିଜ ନାମକୁ ସାମିଲ କରିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁରର ଅନ୍ୱେସା ସାହୁ।

Advertisment

ବାସୁଦେବପୁର ମିରାକଲ ପବ୍ଲିକ ସ୍କୁଲରେ ୟୁକେଜିରେ ପଢୁଥିବା ଅନ୍ୱେସା ଋତୁ, ଗ୍ରହ, ମହାଦେଶ, ମହାସାଗର, ଶରୀରର ଅଙ୍ଗ, ଦେଶର ରାଜ୍ୟ ଓ ସେମାନଙ୍କ ରାଜଧାନୀର ନାମ ଓ ଇଂରାଜୀରେ ଏହାର ବନାନ ସଂସ୍କୃତରେ ଶୋଳ୍କ, ବେଦ ଉଚ୍ଚାରଣ ସହ ଏକ ହଜାରରୁ ଉର୍ଦ୍ଧ୍ଵ ଇଂରାଜୀରେ ବନାନ ଅନର୍ଗଳ କହି ପାରୁଛନ୍ତି। କମ ବୟସରୁ ଅନ୍ୱେସାର ଏପରି ପ୍ରତିଭା ଦେଖି ବାପା-ମା ବେଶ ଖୁସି।

ପ୍ରଥମେ ଅନ୍ୱେସାଙ୍କ ପ୍ରତିଭା ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ପାଇଁ ଆବେଦନ କରିଥିଲେ ବାପା-ମା। ଏହାପରେ ଅନଲାଇନରେ ଅନ୍ୱେସାଙ୍କ ପରୀକ୍ଷା ନିଆଯାଇଥିଲା। ମାତ୍ର ଚାରି ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସର ଅଧିକାରୀ ହୋଇଥିବା ଏହି କୁନି ଝିଅ ଏବେ ଇଣ୍ଟରନାସନାଲ ବୁକ ଅଫ ରେକର୍ଡରେ ନିଜ ନାମକୁ ସାମିଲ କରିଛନ୍ତି। ଏଥିପାଇଁ ତାଙ୍କୁ ମାନପତ୍ର ସହ ପଦକ ଦିଆଯାଇ ସମ୍ମାନିତ କରାଯାଇଛି।

Advertisment

ଅନ୍ୱେସାଙ୍କ ମାଆ ରୋଜାଲିନ ସାହୁ ଜଣେ ଗୃହିଣୀ ହୋଇଥିବା ବେଳେ ବାପା ସଫ୍ଟୱେର ଇଂଜିନିୟରିଂ ଚାକିରୀ ଛାଡି ଏବେ ବାସୁଦେବପୁର ସହରରେ ସୁନା ଦୋକାନ କରିଛନ୍ତି।

ଭଦ୍ରକ ଜିଲ୍ଲା ବାସୁଦେବପୁରରୁ କିରୀଟି ଦାସଙ୍କ ରିପୋର୍ଟ

International Book Of Records
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ