Advertisment

ଜାଲରେ ପଡ଼ିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି, ମତ୍ସ୍ୟଜୀବୀଙ୍କ ମୁହଁରେ ହସ

ଦୀଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ମାଛ । ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି l

ଅଦ୍ୟତନ ହୋଇଛି
Fishermen thrilled with bumper hilsa catch

Fishermen thrilled with bumper hilsa catch

Advertisment

ଦୀଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ମାଛ । ଲଘୁଚାପ ପ୍ରଭାବରେ ପ୍ରଚୁର ଇଲିଶି ମାଛ ପଡୁଛନ୍ତି । ଫଳରେ ମତ୍ସ୍ୟଜୀବୀ ମାଲେମାଲ୍ । ବାଲେଶ୍ୱର ଜିଲ୍ଲା ଭୋଗରାଇ ସୀମାନ୍ତ ଦୀଘା ମୁହାଣ ମାଛ ମାର୍କେଟରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ବିକ୍ରି ହେଉଛି । ଗତ କିଛି ବର୍ଷ ଧରି ଜାଲରେ ଆଶାନୁରୂପ ଇଲିଶି ପଡୁନଥିବାରୁ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ନିରାଶ ହୋଇଥିଲେ । ଚଳିତ ବର୍ଷାଋତୁ ଆରମ୍ଭରେ ମଧ୍ୟ ସେଭଳି ଇଲିଶି  ଦେଖାଯାଇ ନ ଥିଲେ ।

Advertisment

କିନ୍ତୁ ଗତ ୨ ଦିନ ଧରି ମତ୍ସ୍ୟଜୀବୀଙ୍କ ମୁହଁରେ ଇଲିଶିକୁ ନେଇ ହସ ଫୁଟିଛି । ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି l ତେବେ ଇଲିଶିର ଦର ଢେର ଅଧିକ ରହିଛି । ଏକ କିଲୋ ଓଜନର ଇଲିଶି ହଜାରେ ଟଙ୍କାରେ ବିକ୍ରି ହେଉଛି । ବେଳେ ବେଳେ ଦର ଶସ୍ତା ମଧ୍ୟ ରହୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ