Advertisment

ସମୁଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ଏହି ବିଶାଳକାୟ ଜୀବ, ପରେ ଜଣାପଡ଼ିଲା...

ସମୁଦ୍ରରୁ ଅନେକ ରହସ୍ୟମୟ ଜୀବ ଠାବ ହେବା ଘଟଣା ସାମ୍ନାକୁ ଆସିଛି। ଏଭଳି ରହସ୍ୟମୟ ଜୀବ ଦୁନିଆ ସାମ୍ନାକୁ ହଠାତ୍‌ ଆସିଥାନ୍ତି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। ଏମିତି କିଛି ଘଟଣା ପଞ୍ଚିମବଙ୍ଗ କୋଲକାତାରରେ ଘଟିଛି।

800 Kg Fish

800 Kg Fish

Advertisment

କୋଲକାତା: ସମୁଦ୍ରରୁ ଅନେକ ରହସ୍ୟମୟ ଜୀବ ଠାବ ହେବା ଘଟଣା ସାମ୍ନାକୁ ଆସିଛି। ଏଭଳି ରହସ୍ୟମୟ ଜୀବ ଦୁନିଆ ସାମ୍ନାକୁ ହଠାତ୍‌ ଆସିଥାନ୍ତି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥାଏ। ଏମିତି କିଛି ଘଟଣା ପଞ୍ଚିମବଙ୍ଗ କୋଲକାତାରରେ ଘଟିଛି। ଦୀଘା ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମତ୍ସଜୀବୀଙ୍କ ଜାଲରେ ବିଶାଳକାୟ ମାଛ ପଡ଼ି ଯାଇଥିଲେ। ଯାହାକୁ ଦେଖି ମତ୍ସଜୀବୀମାନେ ଚକିତ ହୋଇଯାଇଥିଲେ। ଏହିସବୁ ମାଛର ଓଜନ ୪୦୦ କିଲୋରୁ ୮୦୦ କିଲୋ ମଧ୍ୟରେ ଥିଲା। ଜାଲରେ ପଡ଼ିଥିବା ଏହି ବିଶାଳକାୟ ମାଛକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। 

Advertisment

ସୂଚନା ଅନୁସାରେ, ଅଗଷ୍ଟ ୨୯ରେ ପଶ୍ଚିମବଙ୍ଗ ଦୀଘା ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସଜୀବୀଙ୍କ ଜାଲରେ ୨ଟି ବିଶାଳକାୟ ମାଛ ପଡ଼ି ଯାଇଥିଲା। ଜାଲରେ ପଡ଼ିଥିବା ଗୋଟିଏ ମାଛର ଓଜନ ୮ କ୍ୱିଣ୍ଟାଲ ଥିଲା। ମାଛଟି stingray ପ୍ରଜାତିର ଥିଲା। ସ୍ଥାନୀୟ ଲୋକେ ଏହାକୁ ‘ଶଙ୍କର’ ମାଛ କହିଥାନ୍ତି। ଆଜି ପର୍ଯ୍ୟନ୍ତ ଏତେ ବଡ଼ ‘ଶଙ୍କର’ ମାଛ ଜାଲରେ ପଡ଼ି ନଥିବା ମତ୍ସଜୀବୀ କହିଛନ୍ତି। ଏହାକୁ ଦେଖି ଲୋକମାନେ ପ୍ରଥମେ ଭୟଭୀତ ହୋଇଯାଇଥିଲେ। କେହି କେହି ଏହାକୁ ଦୈତ୍ୟ ବୋଲି ଭାବି ନେଇଥିଲେ ତ ଆଉ କେହି ଏହାକୁ ଏଲିୟନ ବୋଲି କହିଥିଲେ। ହେଲେ ପରେ ଜଣାପଡ଼ିଥିଲା, ଏହା ‘ଶଙ୍କର’ ମାଛ। 

Advertisment

ଖବର ଜଣାପଡ଼ିବା ପରେ ବିଶାଳକାୟ ମାଛକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଥିଲା। କୋଲକାତାର ଏକ କମ୍ପାନୀ ଏହି ବିଶାଳକାୟ ମାଛକୁ ୪୦ ହଜାର ଟଙ୍କାରେ କିଣିଥିଲା। ଦୀଘାରେ ଲୋକମାନେ ‘ଶଙ୍କର’ ମାଛ ଖାଇବାକୁ ପସନ୍ଦ କରି ନଥାନ୍ତି। ତେଣୁ ମତ୍ସଜୀବୀମାନେ ଏହାକୁ ବିକ୍ରି କରି ଦେଇଥିଲେ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏମିତି ବିଶାଳକାୟ ଓ ଅଜବ ପ୍ରକାରର ମାଛ ବିଦେଶରେ ଠାବ କରାଯାଇଥାଏ। ତେବେ ଦୀଘା ସମୁଦ୍ରରେ ଏଭଳି ମାଛ ମିଳିବା ପରେ ଲୋକମାନେ ଅନ୍ୟ ବିଶାଳକାୟ ଜୀବଙ୍କ ସନ୍ଧାନରେ ଲାଗି ପଡ଼ିଥିବା ଜଣାପଡ଼ିଛି।

Advertisment
Fishermen Digha Giant Fish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ