Advertisment

ବଜାରକୁ ଆସିଗଲା ଉଡନ୍ତା ବାଇକ୍; ଜାଣନ୍ତୁ କେତେ ରହିଛି ଦାମ

ଏବେ ଆପଣଙ୍କ ସ୍ୱପ୍ନ ସତ ହେଇଛି। ବାଇକ୍‌ରେ ବସି ଆପଣ ଏବେ ଆକାଶରେ ଉଡିପାରିବେ। ଆପଣଙ୍କ ମନ ଜାଣି କମ୍ପାନୀ ବାହାର କରିଛି ଉଡନ୍ତା ବାଇକ୍। ଯଦି ଏହାକୁ କିଣିବାକୁ ଯୋଜନା କରୁଛନ୍ତି ତେବେ ଜାଣି ନିଅନ୍ତୁ ଏହାର ମୂଲ୍ୟ।

ଅଦ୍ୟତନ ହୋଇଛି
First Flying Bike

First flying bike xturismo launched in usa

Advertisment

ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚୟ ବିମାନ, ହେଲିକପ୍ଟର ଆକାଶରେ ଉଡୁଥିବାର ଦେଖିଥିବେ। କେବେ ଭାବିଥିଲେ କି ବାଇକ୍ ବି ଦିନେ ବାୟୁରେ ଉଡିବ। ଯଦି କେହି ବି ଏଭଳି ସ୍ୱପ୍ନ ଦେଖୁଥିବେ ତେବେ ସେମାନଙ୍କ ସ୍ୱପ୍ନ ପୂରଣ ହୋଇଛି। ବର୍ତ୍ତମାନ ଏୟାର ଫ୍ଲାଇଙ୍ଗ ବାଇକ୍‌ ବଜାରକୁ ଆସିଯାଇଛି। ଆମେରିକାର ଡେଟ୍ରୋଇଟ୍‌ସ୍ଥିତ କୋଲମାନ ଏ ୟଙ୍ଗ୍‌ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିଶ୍ୱର ପ୍ରଥମ ଏୟାର ହୋଭର୍‌ ବାଇକ୍ 'XTURISMO' ଲଞ୍ଚ୍‌ କରାଯାଇଛି।

Advertisment

ଜାପାନର ଷ୍ଟାର୍ଟଅପ୍ କମ୍ପାନୀ AERWINS ଟେକ୍ନୋଲୋଜୀ ଦ୍ୱାରା XTURISMO ହୋଭର ବାଇକ୍ ପ୍ରସ୍ତୁତ କରାଯାଇଛି। ଏହି ବାଇକ୍ ଘଣ୍ଟା ପ୍ରତି ୬୨ ମାଇଲ୍ ବା ଏହା ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ୪୦ ମିନିଟ୍ ପାଇଁ ପବନରେ ଉଡିପାରିବ। AERWINS ଟେକ୍ନୋଲୋଜି ଆସନ୍ତା ବର୍ଷ ସୁଦ୍ଧା ଏହାକୁ ଆମେରିକାର ବଜାରରେ ପ୍ରବେଶ କରିବାକୁ ଯୋଜନା କରୁଛି।

First flying bike xturismo launched in usaଉଡୁଛି ବାଇକ୍

ଏକ ରିପୋର୍ଟ ଅନୁଯାୟୀ, ହୋଭର୍‌ ବାଇକ୍‌ର ଟେଷ୍ଟ୍‌ ଡ୍ରାଇଭ୍‌ ପରେ ଅଟୋ ଶୋ’ର ଉପ-ସଭାପତି ଥାଡ୍‌ ଜୋଟ୍‌ କହିଛନ୍ତି ଯେ ମୁଁ ଭାବୁଛି ମୋର ବୟସ ୧୫ ବର୍ଷ ଏବଂ ମୁଁ ସିଧା 'ଷ୍ଟାର୍ ୱାର୍ସ'ରୁ ବାହାରକୁ ଆସି ଏହି ବାଇକ୍ ଉପରେ ବସିଯାଇଛି। ଏହା ସହ ସେ ଆହୁରି କହିଛନ୍ତି, ଏହା ଖୁବ ଆଶ୍ଚର୍ଯ୍ୟଜନକ। ମୁଁ ଏହାକୁ ନେଇ ବହୁତ ଉତ୍ସାହିତ ଏହାକୁ ଚଳାଇବା ବେଳେ ମୁଁ ରୋମାଞ୍ଚିତ ହୋଇଯାଇଥିଲି। ମୋତେ ଏକ ଛୋଟ ପିଲା ପରି ଅନୁଭୁତ ହେଉଥିଲା।

Advertisment

XTURISMO ହୋଭର ବାଇକର ସୀମିତ ସଂସ୍କରଣ ମୂଲ୍ୟ ହେଉଛି ୬ କୋଟିରୁ ଅଧିକ। ଏହି ହୋଭର୍‌ ବାଇକ୍ କଳା, ନୀଳ ଏବଂ ନାଲି ରଙ୍ଗରେ ଉପଲବ୍ଧ।

ପ୍ରକାଶଥାଉ ଯେ ଜାପାନରେ ହୋଭର୍‌ ବାଇକ୍ ବିକ୍ରି ଆରମ୍ଭ ହୋଇସାରିଛି। AERWINS ର ପ୍ରତିଷ୍ଠାତା ତଥା ସିଇଓ ଶୁହେଇ କୋମାଟ୍‌ସୁ କହିଛନ୍ତି ଯେ ଏହାକୁ ୨୦୨୩ରୁ ଆମେରିକାର ବଜାରରେ ବିକ୍ରି କରିବାକୁ ଯୋଜନା ଚାଲିଛି।

Advertisment

ହୋଭର୍‌ ବାଇକ୍‌ଗୁଡିକର ମୂଲ୍ୟ ଉପରେ ସେ କହିଛନ୍ତି ଯେ ୨୦୨୫ ସୁଦ୍ଧା ଏକ ଛୋଟ ବୈଦ୍ୟୁତିକ ମଡେଲ୍‌ର ମୂଲ୍ୟ ୫୦ ହଜାର ଡଲାରକୁ ଖସିଯିବ ବୋଲି କମ୍ପାନୀ ଆଶା କରୁଛି।

First Flying Bike Flying Bike Ajab Gajab Technology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ