Advertisment

ମାଫିଆଙ୍କ ବିରୋଧରେ ଲଢ଼ିବାକୁ ବନ କର୍ମଚାରୀଙ୍କୁ ମିଳିଲା ବଳ

ମାଫିଆଙ୍କ ବିରୋଧରେ ଲଢ଼ିବାକୁ ବନ କର୍ମଚାରୀଙ୍କୁ ମିଳିଲା ବଳ। ଆତ୍ମରକ୍ଷା ପାଇଁ ଗୁଳି କଲେ ତୁରନ୍ତ ହୋଇପାରିବନି କାର୍ଯ୍ୟାନୁଷ୍ଠାନ। ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

ଅଦ୍ୟତନ ହୋଇଛି
firing resorted to by forest personnel in self-defence inquired by an Executive Magistrate

firing resorted to by forest personnel in self-defence inquired by an Executive Magistrate

Advertisment

ବନ କର୍ମଚାରୀଙ୍କୁ ମିଳିଲା ବଳ। ମାଫିଆଙ୍କ ବିରୋଧରେ ଲଢ଼ିବାକୁ ବନ କର୍ମଚାରୀଙ୍କୁ ମିଳିଲା ବଳ। ଆତ୍ମରକ୍ଷା ପାଇଁ ଗୁଳି କଲେ ତୁରନ୍ତ ହୋଇପାରିବନି କାର୍ଯ୍ୟାନୁଷ୍ଠାନ। ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଫରେଷ୍ଟ ଗାର୍ଡଙ୍କ ଠାରୁ ଉପରସ୍ତର ପର୍ଯ୍ୟନ୍ତ ଅଧିକାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଛି।

Advertisment

ଗତ କିଛି ଦିନ ପୂର୍ବେ ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ଜୀବନ ଯାଇଥିଲା। ଏହାପରେ ଜଙ୍ଗଲ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ନେଇ ଜଙ୍ଗଲ ବିଭାଗ କର୍ମଚାରୀ ପ୍ରତିବାଦ କରି ଆସୁଥିଲେ। କର୍ମଚାରୀଙ୍କ ସୁରକ୍ଷା ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ କରୁଥିଲେ ବନବିଭାଗ କର୍ମଚାରୀ।

ସୂଚନା ଅନୁସାରେ, ଶିମିଳିପାଳ ଅଭୟାରଣ୍ୟର ଗାମୁଛାଝରଣ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀ ଏବଂ ବନ କର୍ମଚାରୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଫରେଷ୍ଟର ମାଟି ହାଁସଦାଙ୍କଙ୍କ ମୃତ୍ୟୁ ହୋଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ