କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟଣା: ଆଜି ଖୋଜାଯିବ ନିଆଁ ଲାଗିବା କାରଣ

ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ । ନିଆଁ କେମିତି ଲାଗିଲା, ଆଜି ତାର କାରଣ ଖୋଜାଯିବ ।

କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟଣା

ଭୁବନେଶ୍ୱର କେଶରୀ ମଲ୍‌ରେ ଅଗ୍ନିକାଣ୍ଡ । ଗତ ରାତିରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟ କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟିଥିଲା । ମଲ୍‌ର ୬ରୁ ୭ଟି ସୋ ରୁମ୍‌ରେ ନିଆଁ ଲାଗିଥିଲା । ପୂରା ହୁତ୍ ହୁତ୍ ହୋଇ ଜଳିଥିଲା । ତେବେ ନିଆଁ କେମିତି ଲାଗିଲା,ଆଜି ତାର କାରଣ ଖୋଜାଯିବ । ଏକ ଯୁଗ୍ମ ଅନୁଧ୍ୟାନକାରୀ ଟିମ୍ କାରଣ ଖୋଜିବେ ତେବେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ନିଆଁ ଲାଗିବା କାରଣରୁ ମଲ୍‌ର ଚତୁଃପାର୍ଶ୍ୱ ଧୂଆଁମୟ ହୋଇଯାଇଥିଲା । ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଆୟତ୍ତ ପୂର୍ବରୁ ସୋରୁମ୍‌ରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।