Advertisment

କୁମ୍ଭୀର ମୁହଁରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ...

ଯୁଆଡ଼େ ଚାହିଁଲେ ଖାଲି କୁମ୍ଭୀର ହିଁ କୁମ୍ଭୀର। ଜୀବନ ବଞ୍ଚାଇବା ପାଇଁ ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ। ଏଭଳି ସ୍ଥିତିରେ ଭୟଭୀତ ଅବସ୍ଥାରେ ଥିବା ଯୁବକଙ୍କୁ ଭରା ନଦୀରୁ ବଞ୍ଚାଇ ଆଣିଲା ଅଗ୍ନିଶମ ବାହିନୀ।

Fire Brigade Team Rescued A Youth

Fire Brigade Team Rescued A Youth

Advertisment

ଯୁଆଡ଼େ ଚାହିଁଲେ ଖାଲି କୁମ୍ଭୀର ହିଁ କୁମ୍ଭୀର। ଜୀବନ ବଞ୍ଚାଇବା ପାଇଁ ବାଉଁଶକୁ ଧରି ଓହଳି ରହିଥିଲେ ଯୁବକ। ଏଭଳି ସ୍ଥିତିରେ ଭୟଭୀତ ଅବସ୍ଥାରେ ଥିବା ଯୁବକଙ୍କୁ ଭରା ନଦୀରୁ ବଞ୍ଚାଇ ଆଣିଲା ଅଗ୍ନିଶମ ବାହିନୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବୈତରଣୀ ନଦୀରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ନୂଆ ଗାଁର ଜଣେ ଯୁବକ ସ୍ଥାନୀୟ ଅରଣ୍ୟ ନିବାସ ପାଖରୁ ନଦୀକୁ ଡେଇଁ ପଡ଼ିଥିଲେ। ଏହାପରେ ଯୁବକ ଜଣକ ଭାସି ଭାସି ପ୍ରାୟ ୩୦୦ ମିଟର ଆସିବା ପରେ ବଡବଜାର ନିକଟରେ ଲାଗିଥିଲେ। ସେଠାରେ ଡଙ୍ଗା ବନ୍ଧା ହେବା ପାଇଁ ପୋତା ଯାଇଥିବା ବାଉଁଶକୁ ଧରି ଓହଳି ରହିଥିଲେ। ସମ୍ପୃକ୍ତ ଯୁବକ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ବାଉଁଶକୁ ଧରି ଓହଳି ରହିଥିଲେ। ନଦୀରେ ଗଭୀର ପାଣି ସୁଅ ସାଙ୍ଗକୁ ଯୁଆଡ଼େ ଚାହିଁଲେ ଖାଲି କୁମ୍ଭୀର ହିଁ କୁମ୍ଭୀର। ତେଣୁ ଯୁବକଙ୍କୁ ଉଦ୍ଧାର କରିବା ପାଇଁ କେହି ସାହସ ଜୁଟାଇ ପାରିନଥିଲେ। ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ଓ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା।

Advertisment

ଏହି ଅଞ୍ଚଳରେ ବହୁ ସଂଖ୍ୟାରେ କୁମ୍ଭୀର ଥିବାରୁ ଯୁବକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ଅଗ୍ନିଶମବାହିନୀ ପାଇଁ ଚ୍ୟାଲେଞ୍ଜ ଥିଲା। ଯୁବକଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ସେ ମଧ୍ୟ ରେସ୍କ୍ୟୁ ଟିମ୍‌କୁ ସାହାଯ୍ୟ କରୁନଥିଲେ। ଶେଷରେ ଅଗ୍ନିଶମ ବାହିନୀର ୪ ଜଣ କର୍ମଚାରୀ ନଦୀ ଭିତରକୁ ଯାଇ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। 

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯୁବକଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ତାଙ୍କୁ ଉଦ୍ଧାର ପରେ ଚାନ୍ଦବାଲି ମେଡିକାଲ୍‌କୁ ନିଆଯାଥିଲା। ଯଦି ଯୁବକଙ୍କୁ ସଠିକ୍‌ ସମୟରେ ଉଦ୍ଧାର କରାଯାଇନଥାନ୍ତା, ତା’ହେଲେ ପାଣି ସୁଅରେ ସେ ଭାସି ଯାଇଥାନ୍ତେ ନଚେତ୍‌ କୁମ୍ଭୀରକୁ ତାଙ୍କୁ ଗିଳି ଦେଇଥାନ୍ତା। ସଠିକ୍‌ ସମୟରେ ଅଗ୍ନିଶମ ବାହିନୀ ଯୁବକଙ୍କୁ ଉଦ୍ଧାର କରିଥିବାରୁ ସମସ୍ତେ ଏହାକୁ ପ୍ରଶଂସା କରିଛନ୍ତି। 

Advertisment
Youth Rescued
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ