Fire breaks out
ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ମେଡ଼ିସିନ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି l ରାତି ପ୍ରାୟ ୧୧ଚଟାରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ଔଷଧ ଗୋଦାମରେ ସାନିଟାଇଜର ଥିବାରୁ ଭୟାଭୟ ସ୍ଥିତି ହୋଇଥିଲା । ଏମିତିକି ନିଆଁ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରାୟ ଅଧଘଣ୍ଟାରେ ସବୁକିଛି ଜଳିପୋଡି ନଷ୍ଟ ହୋଇଗଲା । ନିଆଁ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବିଭାଗ ପହଂଚି ଥିଲା । ହେଲେ ସେତେବେଳକୁ ଔଷଧ ଗୋଦାମଟି ସମ୍ପୂର୍ଣ୍ଣ ଜଳିଯାଇଛି । ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି ।
ଏହି ନିଆଁରେ ଲକ୍ଷାଧିକ ଟଙ୍କାର ମାସ୍କ, ସାନିଟାଇଜର ଜଳି ପୋଡି ପାଉଁଶ ହୋଇଯାଇଛି । ଅକ୍ସିଜେନ ସିଲିଣ୍ଡର ରହିଥିବାରୁ ନିଆଁ ଲିଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ହେଲେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ l ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ସର୍ଟସର୍କିଟରୁ ହିଁ ଅଗ୍ନିକାଣ୍ଡ ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688935023.jpg)