Advertisment

ମା’ ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ

ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତାରାତାରିଣୀ ପୀଠର ଦୀପ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।

ଅଦ୍ୟତନ ହୋଇଛି
 Maa Tara Tarini temple

Maa Tara Tarini temple

Advertisment

ବ୍ରହ୍ମପୁର: ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତାରାତାରିଣୀ ପୀଠର ଦୀପ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Advertisment

ଘଟଣାକୁ ନେଇ ତାରାତାରିଣୀ ମନ୍ଦିରର ପୂଜକ ଦୁର୍ଗାଚରଣ ରଣା କହିଛନ୍ତି, ‘କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା। ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ’। 

ମା’ଙ୍କ ପାଖରେ ନବରାତ୍ର ପୂଜା ଚାଲିଛି। ଆଜି ଅଷ୍ଟମୀ ପୂଜା ଥିବାରୁ ଦୀପ ଗୃହରେ ଶତାଧିକ ଦୀପ ଜଳୁଥିଲା। ଦୀପରୁ ନିଆଁ ଲାଗି ଏଭଳି ଘଟିଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିଲା ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ଉମାଚରଣ ଭଟ୍ଟମିଶ୍ର କହିଛନ୍ତି। 

Advertisment

ତେବେ କେମିତି ନିଆଁ ଲାଗିଲା ତାହାର କାରଣ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡରେ କେତେ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। 

Fire Breaks Out Tara Tarini Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ