Advertisment

ପୁଷ୍ପା ହଉ କି ପୁଷ୍ପରାଜ ! ବିନା ହେଲ୍‌ମେଟ୍‌ରେ ସମସ୍ତଙ୍କ ଚାଲାଣ କଟିବ

ପୁଷ୍ପା ହଉ କି ପୁଷ୍ପରାଜ। ବିନା ହେଲ୍‌ମେଟ୍‌ରେ ସମସ୍ତଙ୍କ ଚାଲାଣ କଟିବ। ଏମିତି କିଛି ଅଭିନବ ଢଙ୍ଗରେ କୁହାଯାଇ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Fine For Driving Without Helmet

Fine For Driving Without Helmet

Advertisment

ରାରିଆଡ଼େ ଏବେ ଫିଲ୍ମ ‘ପୁଷ୍ପା’ର କ୍ରେଜ୍‌ ଦେଖିବାକୁ ମିଳିଛି। ପୁଷ୍ପାର ଗୀତ ହେଉ କି ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲଙ୍କୁ ନେଇ ଲୋକମାନେ ନକଲ କରି ଭିଡିଓ କରୁଛନ୍ତି। ପୁଷ୍ପା ହଉ କି ପୁଷ୍ପରାଜ ! ବିନା ହେଲ୍‌ମେଟ୍‌ରେ ସମସ୍ତଙ୍କ ଚାଲାଣ କଟିବ। ଏମିତି କିଛି ଅଭିନବ ଢଙ୍ଗରେ କୁହାଯାଇ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ପରିବହନ ଅଧିକାରୀଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏହା କୁହାଯାଇଛି।

Advertisment

ଦୁର୍ଘଟଣା ଓ ଅନ୍ୟ ଅଘଟଣକୁ ଏଡ଼ାଇବାକୁ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ହେଲେ କିଛି ଲୋକ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନିୟମ କଡ଼ାକଡ଼ି କରାଯିବା ସତ୍ତ୍ୱେ କିଛି ଲୋକ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। କିଛି ଲୋକ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଥିବା ବେଳେ ଆଉ କିଛି ଲୋକ ୨ରୁ ଅଧିକ ଲୋକଙ୍କୁ ଗାଡ଼ିରେ ବସାଇ ଯାତ୍ରା କରୁଥିବା ନଜର ଆସୁଛି। ଯାହାକି ନିୟମ ବିରୋଧୀ। 

ରାଜ୍ୟ ପରିବହନ ଅଧିକାରୀଙ୍କ ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି, ‘ପୁଷ୍ପା ହଉ କି ପୁଷ୍ପରାଜ। ବିନା ହେଲ୍‌ମେଟ୍‌ରେ ସମସ୍ତଙ୍କ ଚାଲାଣ କଟିବ। ସମସ୍ତଙ୍କ ପାଇଁ ନିୟମ ସମାନ। ବାଇକ୍‌ ଚଲାଇବା ବେଳେ ସବୁବେଳେ ହେଲ୍‌ମେଟ୍‌ ପିନ୍ଧନ୍ତୁ। ନଚେତ୍‌ ଖାଲି ଆପଣ ଫାଇନ୍‌ କାଟିବେ ନାହିଁ ବରଂ ଆପଣଙ୍କର ଜୀବନକୁ ବିପଦ ମୁହଁକୁ ମଧ୍ୟ ଠେଲି ଦେବେ’।

Advertisment

Traffic Rules Violation Of Traffic Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ