Advertisment

ଆଜି ରାଜ୍ୟ ବଜେଟ୍‌, ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ ପାଇଁ ଆସିପାରେ ଲୋଭନୀୟ ସ୍କିମ୍‌

ଆଜି ଅପରାହ୍ନରେ ଆଗତ ହେବ ରାଜ୍ୟ ବଜେଟ୍ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପଞ୍ଚମ ପାଳିର ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ।

ଅଦ୍ୟତନ ହୋଇଛି
Finance Minister Niranjan Pujari to present state budget in Assembly today

Finance Minister Niranjan Pujari to present state budget in Assembly today

Advertisment

ଆଜି ଅପରାହ୍ନରେ ଆଗତ ହେବ ରାଜ୍ୟ ବଜେଟ୍ । ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ପଞ୍ଚମ ପାଳିର ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ବ୍ୟୟବରାଦ ୨ ଲକ୍ଷ ୩୦ ହଜାର କୋଟି ହେବାର ସମ୍ଭାବନା ରହିଛି। ମନ୍ତ୍ରୀ ପରିଷଦ ବୈଠକରେ ଏନେଇ ଅନୁମୋଦନ ମିଳି ସାରିଛି।

Advertisment

ଗତ ବର୍ଷ ରାଜ୍ୟ ବଜେଟ୍ ପରିମାଣ ଥିଲା ୨ ଲକ୍ଷ କୋଟି। ନୂଆ ବଜେଟ୍‌ରେ ଭିତ୍ତିଭୂମିର ବିକାଶ, ସାମାଜିକ ସୁରକ୍ଷା ଉପରେ ରାଜ୍ୟ ସରକାର ଅଧିକ ଗରୁତ୍ୱ ଦେଇପାରନ୍ତି। କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ, ଜଳସେଚନ, କ୍ରୀଡା, ଯୁବ ବ୍ୟାପାର, ମିଶନ ଶକ୍ତି, ଆବାସ ଯୋଜନା ପାଇଁ ସ୍ୱତନ୍ତ୍ର ଫୋକସ୍ ରହିପାରେ।

ନିର୍ବାଚନ ପାଖେଇ ଆସୁଥିବାରୁ ସବୁ ବର୍ଗକୁ ଖୁସି କରିବାକୁ ଏହି ବଜେଟ୍‌ରେ ଉଦ୍ୟମ କରାଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ, ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ପ୍ରକଳ୍ପ ସମେତ ମନ୍ଦିର ବିକାଶ ଯୋଜନା ପାଇଁ ସ୍ୱତନ୍ତ୍ର ଅନୁଦାନ ମିଳିପାରେ।

Advertisment
Odisha Assembly Odisha Budget Finance Minister Niranjan Pujari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ