Fierce Hailstorm
କାଳବୈଶାଖୀ ପ୍ରଭାବରେ ନୂଆପଡ଼ା ସିନାପାଲି ଅଞ୍ଚଳରେ କୁଆପଥର ମାଡ଼ ସହ ପ୍ରବଳ ବର୍ଷା । ଅତ୍ୟଧିକ ମାତ୍ରାରେ ବର୍ଷାରୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ କୁଆପଥର ମାଡ଼ରେ ବେହାଲ ହୋଇପଡ଼ିଛନ୍ତି ଚାଷୀ । ଅପରାହ୍ନ ୨ଟା ପରଠାରୁ ଆରମ୍ଭ ହୋଇଥିଲା କୁଆପଥର ମାଡ଼ । ଦୀର୍ଘ ୪୫ ମିନିଟରୁ ଅଧିକ ସମୟ ଧରି କୁଆପଥର ବର୍ଷା ହୋଇଥିଲା ।
ଏଥିରେ ଚାଷକାମ ବ୍ୟାପକ କ୍ଷତି ହୋଇଥିବା ଅନୁମାନ କରାଯାଉଛି । ସେପଟେ ରାଜ୍ୟରେ ବଜ୍ରପାତ ସହ ୨ ଦିନ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରାଯାଇଥିଲା । ରାଜ୍ୟରେ ଘଡ଼ଘଡ଼ି ସହ ୨ ଦିନ ଯାଏଁ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ୨୫ ଓ ୨୬ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । କାଲି ସକାଳ ଯାଏଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ୦ ଜାରି କରାଯାଇଛି ।
ସେହିପରି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୬ ଜିଲ୍ଲାରେ ୫୦ରୁ ୬୦ କିମି ବେଗରେ ପବନ ସହ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା ରହିଛି । ୧୩ ଜିଲ୍ଲାରେ ୩୦ରୁ ୪୦ କିମି ପବନ ଓ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ପୁରୀ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଦେବଗଡ଼ ଓ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653396486.jpg)