Advertisment

ରାଜଧାନୀର ରାଜରାସ୍ତାରେ ମହିଳା ଡାକ୍ତରଙ୍କୁ ମାଡ଼ !

ଭୁବନେଶ୍ୱର ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତରଙ୍କୁ ମାଡ଼ ଅଭିଯୋଗ ।

ଅଦ୍ୟତନ ହୋଇଛି
Female Doctor Thrusted In Bhubaneswar

Female Doctor Thrusted In Bhubaneswar

Advertisment

ମହିଳା ଡାକ୍ତରଙ୍କୁ ରାସ୍ତା ଉପରେ ମାଡ଼ । ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏହିପରି ସଙ୍ଗୀନ୍ ଅଭିଯୋଗ । ଲକ୍ଷ୍ମୀସାଗର ଛକରେ ଗାଡ଼ି ହଟାଇବାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଯାହାପରେ ଏଭଳି ସାଂଘାତିକ ଘଟଣା ଘଟିଥିବାର ଜଣାପଡିଛି ।

Advertisment

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ମହିଳା ଡାକ୍ତର ହୀନା ଗୁପ୍ତା ଓ ତାଙ୍କ ମାଆ ଘରକୁ ଫେରୁଥିଲେ । ଲକ୍ଷ୍ମୀସାଗର ଛକରେ ମହିଳା ଡାକ୍ତର ବ୍ୟବସାୟୀ ବିଶ୍ୱଜିତ୍ ସ୍ୱାଇଁଙ୍କ ଗାଡ଼ିକୁ ସାଇଡ୍ କରିବାକୁ କହିଥିଲେ । ହେଲେ ଗାଡ଼ିକୁ ନହଟାଇ ଗାଳି ଗୁଳଜ କରିବା ସହ ମହିଳା ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ଥାନାରେ ହୋଇଛି ।

କେବଳ ଏତିକି ନୁହେଁ ପୋଲିସ୍‌କୁ ଏସମ୍ପର୍କରେ ଜଣାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଥାନା ପରିସରରେ ମହିଳା ଡାକ୍ତରଙ୍କ ମାଆ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଘଟଣାକୁ ନେଇ ପୋଲିସ୍ କିମ୍ବା ବ୍ୟବସାୟୀ ବିଶ୍ୱଜିତ ସ୍ବାଇଁଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment
Bhubanewsar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ