Advertisment

କରୋନା ଦେଇଗଲା ଦୁଃଖ: ଦିନେ ସିଭିଲ୍‌ ଇଞ୍ଜିନିୟର ଥିଲେ, ଆଜି ଅଟୋ ଚାଳକ...

କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏହି ମହିଳା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା।

ଅଦ୍ୟତନ ହୋଇଛି
Female civil engineer drives e-rickshaw

Female civil engineer drives e-rickshaw

Advertisment

କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସ୍ୱାଭିମାନର ସହ ବଞ୍ଚିବା ପାଇଁ ଯେଉଁ ସମୟରେ ସଂଘର୍ଷ କରୁଥିଲେ, ସେହି ସମୟରେ CRUT(Capital Region Urban Transport) ପକ୍ଷରୁ ଭୁବନେଶ୍ୱରରେ ଇ- ରିକ୍ସା ବା ଇ- ରାଇଡ ସେବା ଆରମ୍ଭ ହେଲା। ଆଉ ସେଥିରେ ରାଇଡର ଭାବେ ଯୋଗ ଦେଇ ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି ସିଭିଲ ଇଞ୍ଜିନିୟର ସସ୍ମିତା। 

Advertisment

ସସ୍ମିତା ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା। ଖାଲି ଚାକିରି ହରାଇଲେ ନାହିଁ ବରଂ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ସସ୍ମିତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଲା। ହେଲେ ଯେଉଁ ସମୟରେ ସେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ, ସେହି ସମୟରେ ତାଙ୍କୁ ବଞ୍ଚିବାର ବାଟ ଦେଖାଇଥିଲା CRUT। ଇ-ରିକ୍ସା ଚଲାଇ ସସ୍ମିତା ଏବେ ପରିବାର ପ୍ରତିପୋଷଣ କରୁଛନ୍ତି।

ସସ୍ମିତା କହିଛନ୍ତି, ‘ନାରୀ ଶିକ୍ଷିତ ହେଲେ ସମାଜ ଶିକ୍ଷିତ। ସବୁବେଳେ ଆତ୍ମନିର୍ଭରଶୀଳ ହୋଇ ମୁଁ ବଞ୍ଚିବାକୁ ଚାହେଁ। ଏଥିପାଇଁ ମୋ ସ୍ୱାମୀ ସବୁବେଳେ ମୋତେ ସବୁ କ୍ଷେତ୍ରରେ ସମର୍ଥନ କରନ୍ତି। ପରିବାର ଲୋକ ମୋତେ ସମର୍ଥନ ନକରିଥିଲେ ମୁଁ ଆଜି ଏତେ ବାଟ ପର୍ଯ୍ୟନ୍ତ ଆସିପାରି ନଥାନ୍ତି। ପୋଲିସ୍‌ରେ ଚାକିରି ପାଇଁ ମୁଁ ପ୍ରୟାସ ଜାରି ରଖିଛି। ଯିଏ ଯାହା କହିଲେ କୌଣସି ଫରକ ପଡ଼େ ନାହିଁ। ତେଣୁ ସବୁବେଳେ ନିଜ କାମ ଉପରେ ଫୋକସ୍‌ ରଖନ୍ତୁ’।

Advertisment
E-rickshaw Civil Engineer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ