Advertisment

ପୁଅ ମରିଗଲା ବୋଲି ଜୀବନ ହାରିଦେଲା ବାପା

ରେଲେୱେ ପୋଲିସ ଆସିବା ଆଗରୁ ପରିବାର ଲୋକେ ପୁଅର ଅନ୍ତିମ ସଂସ୍କାର କରି ଦେଇଥିଲେ।

ଅଦ୍ୟତନ ହୋଇଛି
Father Kills Self

Father Kills Self

Advertisment

ପୁଅ ମରିଗଲା ବୋଲି ବାପା ବି ଜୀବନ ହାରିଦେଲା। ସୋମବାର ଦିନ ପୁଅ ଆତ୍ମହତ୍ୟା କଲା ଆଉ ମଙ୍ଗଳବାର ବାପା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଛତାମଖନା ପଂଚାୟତର ବେଲବାହାଲି ଗାଁରେ। ଗାଁର ସୁରେନ୍ଦ୍ର ବାଗଙ୍କ ପୁଅ ବେଡା ବାଗ କୌଣସି କାରଣକୁ ସୋମବାର ଦିନ ଜାମସର ରେଲେଓ୍ୱ ଫାଟକ ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।

Advertisment

ରେଲେଓ୍ୱ ପୋଲିସ ଆସିବା ଆଗରୁ ପରିବାର ଲୋକେ ପୁଅର ଅନ୍ତିମ ସଂସ୍କାର କରି ଦେଇଥିଲେ। ହେଲେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ସୁରେନ୍ଦ୍ର ପରଦିନ ସେହି ଜାଗାରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ପୁଅ ଭଳି ବାପାର ମୃତଦେହକୁ ମଧ୍ୟ ପରିବାର ଲୋକେ ପୋଲିସ ଆସିବା ଆଗରୁ ସଂସ୍କାର କରି ଦେଇଛନ୍ତି ତେବେ ରେଲେଓ୍ୱ ପୋଲିସ ଏବେ ଏହାର ତଦନ୍ତ କରୁଛି।

Father Kills Self
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ