Advertisment

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବିନା ମାଟିରେ ବଢୁଛି ଗଛ, ଫୁଟୁଛି ଫୁଲ

ବିନା ମାଟିରେ ଲାଗିଛି ଏସବୁ ଗଛ। କେବଳ ପାଣିରେ ବଞ୍ଚିଛି। ରଜନୀଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଏଭଳି ସୁନ୍ଦର ସୁନ୍ଦର ଫୁଲ ଗଛରେ ଫୁଟିଛି। Hydroponics ଉପାୟରେ ଏଭଳି କିଛି କରି ଦେଖାଇଛନ୍ତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର।

Farming Without Soil At Botany Dept Of Ravenshaw University

Farming Without Soil At Botany Dept Of Ravenshaw University

Advertisment

ବିନା ମାଟିରେ ବଢୁଛି ଗଛ, ଫୁଟୁଛି ଜାତିଜାତିକା ଫୁଲ। ରଜନୀଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଏଭଳି ସୁନ୍ଦର ସୁନ୍ଦର ଫୁଲ ଗଛରେ ଫୁଟିଛି। ଏଭଳି ମନୋରମ ଦୃଶ୍ୟ କୌଣସି ବଗିଚାରେ ଦେଖିବାକୁ ମିଳି ନାହିଁ। ବରଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘର ଭିତରର ଏହି ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। Hydroponics ଉପାୟରେ ଏଭଳି କିଛି କରି ଦେଖାଇଛନ୍ତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର। ବିନା ମାଟିରେ ଲାଗିଛି ଏସବୁ ଗଛ। କେବଳ ପାଣିରେ ବଞ୍ଚିଛି। ସହକାରୀ ପ୍ରଫେସରଙ୍କ କହିବା ଅନୁସାରେ, ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ମିଳିଥିବା Hydroponics ପ୍ରକଳ୍ପର ଏହା ଅଂଶ ବିଶେଷ। ମାଟିରୁ ପାଉଥିବା ସମସ୍ତ ପୃଷ୍ଟିସାର କୃତିମ ଭାବରେ ପାଣି ମାଧ୍ୟମରେ ପହଞ୍ଚା ଯିବା ଫଳରେ ଏହି ଗଛ ଗୁଡ଼ିକ ବଞ୍ଚି ପାରିଛି।  

Advertisment

ବିନା ମାଟିରେ ଗଛ ବଞ୍ଚିବା ନୂଆ ନ ହେଲେ ମଧ୍ୟ ଓଡ଼ିଶାରେ ଏହା ହେବା ଖୁବ୍ ଗର୍ବର ବିଷୟ। ଖାଲି ଫୁଲ କାହିଁକି ପନିପରିବା ଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ Hydroponics ଉପାୟରେ ଚାଷ ବି କରିହେବ। ସାଧାରଣ ଚାଷ ଠାରୁ ଏହା ଅଧିକ ବ୍ୟୟ ବହୁଳ ହୋଇଥିଲେ ମଧ୍ୟ ଅଧିକ ଉତ୍ପାଦନ ପାଇ ଚାଷୀ ଲାଭବାନ ହୋଇପାରିବେ ବୋଲି ଅଧ୍ୟୟନରତ ଛାତ୍ରଛାତ୍ରୀ କହିଛନ୍ତି। 

ବିଦେଶ ତଥା ବିକଶିତ ଦେଶ ଗୁଡ଼ିକରେ ଏଭଳି କୃଷି ପ୍ରଣାଳୀକୁ ଚାଷୀମାନେ ବହୁଳ ଭାବେ ଆପଣାଇଛନ୍ତି। ରାଜ୍ୟରେ ଏଥିପ୍ରତି ଚାଷୀଙ୍କୁ ଆତ୍କୃଷ୍ଟ କରିବା ଲାଗି ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା ବି ରହିଛି। 

Advertisment
Ravenshaw University Farming In Odisha Farming Farming Without Soil 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ