Advertisment

ରାଜ୍ୟରେ ୬ ବର୍ଷ ମଧ୍ୟରେ କୃଷକଙ୍କ ମାସିକ ଆୟ ମାତ୍ର ୧୩୬ ଟଙ୍କା ବୃଦ୍ଧି

ରାଜ୍ୟରେ ୬ ବର୍ଷ ଭିତରେ କୃଷକଙ୍କ ମାସିକ ଆୟ ମାତ୍ର ୧୩୬ ଟଙ୍କା ବଢ଼ିଛି।  ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟର ଚାଷୀର ମାସିକ ଆୟ ୧୩୬ ଟଙ୍କା ବଢ଼ିଛି।

ଅଦ୍ୟତନ ହୋଇଛି
Farmers Income In Odisha

Farmers Income In Odisha

Advertisment

ରାଜ୍ୟରେ ୬ ବର୍ଷ ମଧ୍ୟରେ କୃଷକଙ୍କ ମାସିକ ଆୟ ମାତ୍ର ୧୩୬ ଟଙ୍କା ବଢ଼ିଛି।  ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟର ଚାଷୀର ମାସିକ ଆୟ ୧୩୬ ଟଙ୍କା ବଢ଼ିଛି। ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ।

Advertisment

୨୦୧୨-୧୩ ଆର୍ଥିକ ବର୍ଷରେ ଚାଷୀ ମାସକୁ ୪,୯୭୬ ଟଙ୍କା ଆୟ କରୁଥିଲେ। ଯାହା ୨୦୧୮-୧୯ରେ ୫,୧୧୨ରେ ପହଞ୍ଚିଛି। ସେହିପରି ବାର୍ଷିକ ଆୟ ୫୯ ହଜାର ୭୧୨ ଟଙ୍କାରୁ ମାତ୍ର ୬୧ ହଜାର ୩୪୪କୁ ବୃଦ୍ଧି ହୋଇଛି।

ଏହି ତୁଳନାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଛାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଚାଷୀ ବହୁ ଆଗରେ ରହିଛନ୍ତି। ଆନ୍ଧ୍ରପ୍ରଦେଶର ଚାଷୀ ୨୦୧୨ରେ ମାସିକ ୫ ହଜାର ୯୭୯ ଟଙ୍କା ରୋଜଗାର କରୁ ଥିବାବେଳେ ୨୦୧୮ ବେଳକୁ ଏହା ପାଖପାଖି ଦୁଇ ଗୁଣ ଅର୍ଥାତ ୧୦ ହଜାର ୪୮୦ରେ ପହଞ୍ଚିଛି।

Advertisment
Odisha Assembly Farmers Income Farmers Income In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ