Advertisment

ବିକ୍ରି ହୋଇପାରିଲାନି ମଣ୍ଡିରେ ପଡ଼ିଥିବା ଧାନ, ଚିନ୍ତାରେ ଚାଲିଗଲା ଚାଷୀଙ୍କ ଜୀବନ

ଧାନ ବିକ୍ରି ଚିନ୍ତା ଭିତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସରକାରୀ ମଣ୍ଡି ବ୍ୟବସ୍ଥାର ଅସଲ ମୁଖା ଖୋଲି ଦେଇଛି।

ଅଦ୍ୟତନ ହୋଇଛି
Farmer's Death In Boudh

Farmer's Death In Boudh

Advertisment

ଧାନ ବିକ୍ରି ଚିନ୍ତା ଭିତରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଅଞ୍ଚଳରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସରକାରୀ ମଣ୍ଡି ବ୍ୟବସ୍ଥାର ଅସଲ ମୁଖା ଖୋଲି ଦେଇଛି। ମୃତ ଚାଷୀ ହେଲେ ଜାମଘାଟି ଗାଁର ଧରଣୀ ମେହେର। ପରିବାର ଲୋକଙ୍କ କହିବା କଥା, ଧାର କରଜ କରି ଧରଣୀ ଏବର୍ଷ ଧାନ ଫସଲ କରିଥିଲେ। ଆଉ ବିକ୍ରି ପାଇଁ ଧାନକୁ ଧରି ବାଉଁଶୁଣି ସରକାରୀ ମଣ୍ଡିକୁ ଯାଇଥିଲେ।

Advertisment

ଜାନୁଆରୀ ୨୫ରେ ୫୬ କ୍ୱିଣ୍ଟାଲ ୬୨ କେଜି ଧାନ ବିକ୍ରି ପାଇଁ ତାଙ୍କୁ ଟୋକନ ଦିଆଯାଇଥିଲେ ବି ୨୩ ଦିନ ବିତିଗଲା ସିନା ତାଙ୍କ ଧାନ ଉଠିପାରିଲା ନାହିଁ। ଟାର୍ଗେଟ ସରିଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ ଧାନ କିଣିନଥିଲେ ବୋଲି ଅଭିଯୋଗ କରିଛନ୍ତି ଧରଣୀଙ୍କ ସମ୍ପର୍କୀୟ। ଫଳରେ ମାନସିକ ଚାପଗ୍ରସ୍ତ ହୋଇ ବାଉଁଶୁଣୀ ମଣ୍ଡିରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ଏନେଇ ଧାନବିକ୍ରି ଅପେକ୍ଷାରେ ଥିବା ଅନ୍ୟ ଚାଷୀ ମଧ୍ୟ ଆନ୍ଦୋଳନ କରିଥିଲେ। ଏହାସତ୍ତ୍ୱେ ବି ଧାନ ବିକ୍ରି ବ୍ୟବସ୍ଥା ହୋଇନଥିବାବେଳେ ଆଜି ଟୋକନ ଅବଧି ସରୁଥିଲା। ଏନେଇ କୁଆଡ଼େ ମାନସିକ ଚାପରେ ଥିଲେ ଧରଣୀ। ଏଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିବା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ କିମ୍ବା ବାଉଁଶୁଣୀ ମଣ୍ଡି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
Farmer Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ