Advertisment

ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ମିଳିପାରେ ମାଲିକାନା ! ନୀତି ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୩୦ ବର୍ଷରୁ ଅଧିକ ସମୟ ଧରି ଚାଷ କରୁଥିବା ଚାଷୀଙ୍କୁ ମିଳିପାରେ ମାଲିକାନା

ଅଦ୍ୟତନ ହୋଇଛି
Orissa High Court

Orissa High Court

Advertisment

ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଦାରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ୬ମାସ ମଧ୍ୟରେ ଏନେଇ ନୀତିଗତ ନିଷ୍ପତି ଗ୍ରହଣ କରିବାକୁ କୋର୍ଟ କହିଛନ୍ତି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳର ବୃନ୍ଦାବନ ଜେନା ଏବଂ ଅନ୍ୟ ମାନଙ୍କ ପକ୍ଷରୁ ଆଗତ ମାମଲାର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ସ୍ଥିତବସ୍ଥା ବଜାୟ ରହିବ ବୋଲି କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

Advertisment

କେନ୍ଦ୍ର ସରକାରଙ୍କ ଥଇଥାନ ଯୋଜନାରେ କାଜୁ ଚାଷ ପାଇଁ ବୃନ୍ଦାବନ ଏବଂ ଅନ୍ୟମନେ ୧୯୮୩ ମସିହାରେ ସରକାରୀ ଜମିରେ ଚାଷ କରିଆସୁଛନ୍ତି । ପରବର୍ତ୍ତୀ ସମୟରେ ଜବରଦଖଲ ଉଛେଦ କରି ନିଜେ କାଜୁଚାଷ ପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି ହୋଇଥିଲା । ସେହି ନୋଟିସ ଉପରେ ହାଇକୋର୍ଟ ପ୍ରାୟ ୨୦ ବର୍ଷ ତଳେ ସ୍ଥିଥାବସ୍ଥା ଜାରି କରିଥିଲେ । ଦୀର୍ଘବର୍ଷ ଧରି ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ।

ଏଣୁ ସମ୍ପୃକ୍ତ ଜମି ଉପରେ ଅନ୍ୟ କୌଣସି ଜନହିତକାରୀ ବ୍ୟବହାର ପାଇଁ ସରକାରଙ୍କ ଯୋଜନା ନାହିଁ ବୋଲି କୋର୍ଟ ଅନୁଭବ କରି ଏଭଳି ନିର୍ଦ୍ଦେଶ ଶୁଣାଇଛନ୍ତି । ଉଭୟ ଚାଷୀ ଏବଂ ସରକାରଙ୍କୁ ସୁହାଇଲାଭଳି ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି ।

Advertisment
High Court Of Orissa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ