Advertisment

ଚାଷୀଙ୍କ ଜମିରେ ମାଟି ମୁଠାଏ ପଡିନି, ଉନ୍ନତୀକରଣ ନାଁରେ ଲକ୍ଷ ଲକ୍ଷ ହଡପ୍‌

ଗଞ୍ଜାମ ଭଂଜନଗର ବ୍ଲକ ମୁଦୁଲିପଲ୍ଲୀ ପଞ୍ଚାୟତରେ ଚାଷୀମାନଙ୍କ ଜମିର ଉନ୍ନତୀକରଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ଆସିଥିଲା ୧୫ ଲକ୍ଷ ଟଙ୍କା ଅନୁଦାନ।

Jojanara Na hariloot

Jojanara Na hariloot

Advertisment

ଗ୍ରାମାଞ୍ଚଳ ଲୋକଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାରଙ୍କର ମନରେଗା ଯୋଜନା। ହେଲେ ଏହି ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ ହେଉଥିବା ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ଗଞ୍ଜାମ ଭଞ୍ଜନଗରର ମୁଦୁଲିପଲ୍ଲୀ ପଞ୍ଚାୟତରେ ଜମି ହୁଡ଼ା ମରାମତି ଓ ଚାଷ ଜମି ସମତଳ କରିବା ନାଁରେ ମିଥ୍ୟା ବିଲ୍ ହୋଇଛି। ସେପଟେ ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକରେ ବି ମନରେଗା ଯୋଜନାରେ ଘୋଟାଲା। ଶ୍ରମିକମାନେ କାମ କରିନଥିଲେ ମଧ୍ୟ ମଷ୍ଟର ରୋଲରେ ଶ୍ରମିକଙ୍କ ନାଁ ପଡି ଟଙ୍କା ଉଠିଛି।

Advertisment

ଗଞ୍ଜାମ ଭଂଜନଗର ବ୍ଲକ ମୁଦୁଲିପଲ୍ଲୀ ପଞ୍ଚାୟତରେ ଚାଷୀମାନଙ୍କ ଜମିର ଉନ୍ନତୀକରଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ଆସିଥିଲା ୧୫ ଲକ୍ଷ ଟଙ୍କା ଅନୁଦାନ। ବର୍ତ୍ତମାନ ସୁଦ୍ଧା ୫୮ ଜଣ ଚାଷୀଙ୍କ ନାଁରେ ୧୦ ଲକ୍ଷ ଟଙ୍କା ବିଲ୍ ସରିଲାଣି, କିନ୍ତୁ କାହାରି ଜମିରେ ମାଟି ପଡିନି। ଚାଷୀମାନେ ଏନେଇ ଅଭିଯୋଗ କରିବା ପରେ ଏବେ ଜେସିବି ଲଗାଇ ଲୋକଦେଖାଣିଆ ଭାବେ ଜମି ସମତୁଲ କରାଯାଉଛି।

ମନରେଗା ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ, ଭାଲିଆଖାଇ ଗାଁର ଜମି ଉନ୍ନତୀକରଣ ନାଁରେ ୨୧ ଜଣ ଚାଷୀଙ୍କ ନାଁରେ ବିଲ୍ ହୋଇଛି ୪ ଲକ୍ଷ ୮୭ ହଜାର ଟଙ୍କା। ସେହିଭଳି ମୁଦୁଲିପଲ୍ଲୀ ଗାଁ ପାଇଁ ୨୦ ଚାଷୀଙ୍କ ନାଁରେ ୧ ଲକ୍ଷ ୩୬ ହଜାର, ଡେଙ୍ଗାପଦର ଗାଁ ପାଇଁ ୭ ଚାଷୀଙ୍କ ନାଁରେ ୧ ଲକ୍ଷ ୭୧ ହଜାର, ଶାଳୁଆପଲ୍ଲୀର ୭ ଚାଷୀଙ୍କ ନାଁରେ ୧ ଲକ୍ଷ ୭୫ ହଜାର ଏବଂ ହସନାପଲ୍ଲୀ ଗାଁ ପାଇଁ ୩ ଜଣ ଚାଷୀଙ୍କ ନାଁରେ ୭୨ ହାର ୬୦୦ ଟଙ୍କା ବିଲ୍ ସରି ଉଠାଯାଇଛି। ଚାଷୀଙ୍କ ଅଗୋଚରରେ ଜମିର ଉନ୍ନତିକରଣ ଓ ଉର୍ବରତା ବଢାଇବା ନାଁରେ ହରିଲୁଟ୍ ହୋଇଛି ମନରେଗା ଟଙ୍କା। ଭଂଜନଗର ବ୍ଲକର କିଛି ଅସାଧୁ କର୍ମଚାରୀଙ୍କ ସହଯୋଗରେ ଚାଷୀଙ୍କ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି।

Advertisment

ସେପଟେ ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକରେ ମନରେଗା ଟଙ୍କା ହରଣଚାଲ ଅଭିଯୋଗ । ଗରିବ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ଅର୍ଥ ସଲାସୁତୁରାରେ ଖୁଲମଖୁଲ୍ଲା ଚଳୁ ହୋଇଛି। ବୋଡେନ୍ ବ୍ଲକ ସୁନାପୁର ପଞ୍ଚାୟତର କେଶରାଜପୁର ହରିଜନପଡାଠାରୁ ବନିଆପଡ଼ା ରାସ୍ତା କାମ ପାଇଁ ମନରେଗାରେ ୯ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏହି କାମରେ କୌଣସି ଶ୍ରମିକଙ୍କୁ ନିୟୋଜିତ କରାଯାଇନାହିଁ କିମ୍ବା କାମ ଆରମ୍ଭ ହୋଇନି।

କିନ୍ତୁ ମଷ୍ଟର ରୋଲ ଦାଖଲ କରି ୭ ଜଣ ଜବକାର୍ଡଧାରୀ ଶ୍ରମିକଙ୍କ ନାଁରେ ୯ ହଜାର ୩୨୪ ଟଙ୍କା ଉଠାଣ ହୋଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ପରେ ମଷ୍ଟର ରୋଲରେ ଶ୍ରମିକଙ୍କ ନାଁ ପକାଇଥିବା ଜିଆରଏସଙ୍କଠାରୁ ବିଲ୍ ହୋଇଥିବା ୯ ହଜାର ଟଙ୍କା ଜବତ ହୋଇଛି। ଟ୍ରାକ୍ଟର ଓ ଜେସିବି ମେସିନ୍ ଲଗାଇ ରାସ୍ତା କାମ ଆରମ୍ଭ କରାଯାଇଛି। କାମ ନହୋଇ ଟଙ୍କା ଉଠିବା କଥାକୁ ସ୍ୱୀକାର କରିଛନ୍ତି ବୋଡେନ୍ ବ୍ଲକର ଏପିଓ ଏବଂ କନିଷ୍ଠ ଯନ୍ତ୍ରୀ।

Advertisment
Jojanara Na Hariloot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ