Advertisment

ବର୍ଷା ନାହିଁ, ଜମି ଫାଟି ଆଁ କଲାଣି: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମରେ। ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକଠାରୁ ଆଧା ପରିମାଣରେ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ। କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା , ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା

ଅଦ୍ୟତନ ହୋଇଛି
ବର୍ଷା ନାହିଁ, ଜମି ଫାଟି ଆଁ କଲାଣି: ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

Bhadrak Farmer Problem

Advertisment

ଭଦ୍ରକ: ରାଜ୍ୟରେ ମୌସୁମୀର ଲୁଚକାଲି ଯୋଗୁଁ ଅଧିକାଂଶ ଜିଲ୍ଲାରେ ବର୍ଷାର ଅନୁପାତ କମିଛି। ଏହି ସମୟରେ ବିଲରେ ପାଣି ଜମିବା ପରିବର୍ତ୍ତେ ମାଟି ଫାଟି ଆଁ କଲାଣି। ଗତ ସପ୍ତାହେ ଧରି ବର୍ଷା ନଥିବାରୁ ଭଦ୍ରକ ଜିଲ୍ଲାର ଅଧିକାଂଶ ବ୍ଲକରେ ଚାଷୀ ତଳି ପକାଇନାହାଁନ୍ତି ଅନେକ ଚାଷୀ। ଜମିରେ ଏବେ ଘାସ ଲତାରେ ପୁରିଯାଇଥିବା ବେଳେ ଚାଷୀ ସେଥିରେ ଗୋରୁ ଗାଇ ଛାଡୁଥିବାର ଦେଖିବାକୁ ମିଳିଛି।

Advertisment

ଆଷାଢ ସରିବାକୁ ବସିଲାଣି, ଆଗକୁ ଶ୍ରାବଣ ହେଲେ ଚାଷ ଜମି ଫାଟି ଆଁ କଲାଣି, ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷ ଜମରେ। ଜିଲ୍ଲାରେ ଜୁନ ମାସରେ ସ୍ୱାଭାବିକଠାରୁ ଆଧା ପରିମାଣରେ ବର୍ଷା ହୋଇଛି। ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ କୂଳ ହତାଶ। କୃଷି ବିଭାଗର ସୂଚନା ଅନୁଯାୟୀ ୧୯୮ ମିଲିମିଟର ବର୍ଷା ହେବା କଥା , ହେଲେ ହୋଇଛି ୧୦୨ ମିଲିମିଟର ବର୍ଷା। ଚାଷୀ ବୁଣା ଠାରୁ ଆରମ୍ଭ କରି ତଳିପକା ଓ ରୁଆ ବେଉଷଣ ବିଳମ୍ବିତ ହୋଇଛି। ଜୁଲାଇ ମାସରେ ମଧ୍ୟ ବର୍ଷାର ଦେଖା ନାହିଁ, ତେଣୁ ଧିମେଇ ଯାଇଛି ଚାଷ କାମ। ଜିଲ୍ଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ମାଟି ଫାଟି ଆଁ କରିଥିବା ବେଳେ ଲୋକେ ପମ୍ପ ସେଟ ସହ ଭାର ଯୋଗେ ପାଣି ଆଣି ତଳି ପକାଉଥିବା ଦେଖିବାକୁ ମିଳିଛି।

Advertisment

କେତେକ ସ୍ଥାନରେ ତଳି ଧାନ ଗଜା ହୋଇ ଛୋଟଛୋଟ ଗଛ ହୋଇଥିଲେ ସୁଦ୍ଧା ପାଣି ଅଭାବରୁ ତାହା ନଷ୍ଟ ହେବାକୁ ବସିଲାଣି। ଉଠା ପାଣି ଚାଷୀଙ୍କୁ କେତେକ ମାତ୍ରାରେ ଭରସା ଯୋଗାଉଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଧାନତଳିକୁ ବଞ୍ଚାଇବା ଅସମ୍ଭବ ହୋଇପଡୁଛି। ଚାଷୀ ଏବେ ବର୍ଷା ଭରଷାରେ ଥିବା ବେଳେ କୃଷି ବିଭାଗ ଅଧିକାରୀ କହିଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପାଇଁ ଜଳସେଚନ ବିଭାଗ ସହ ଆଲୋଚନା ହୋଇଛି। ତୁରନ୍ତ କେନାଳରେ ପାଣି ଛାଡିଲେ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ତେବେ ମୋଟ୍‌ ଉପରେ କହିବାକୁ ଗଲେ ବର୍ଷା ଅଭାବ ଯୋଗୁଁ ଅନେକ ସ୍ଥାନରେ ଏପରି ଅବସ୍ଥା ଦେଖିବାକୁ ମିଳିଛି।

Bhadrak Farmer Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ