Advertisment

ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ।

Newly Married Woman Found Dead

man killed 11

Advertisment

ସମ୍ବଲପୁର: ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ। ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ। ଗତ ବୁଧବାର ଦିନ ସେ ବିଷ ପିଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃୃତ୍ୟୁ ଘଟିଛି।

Advertisment

ସୂଚନା ଅନୁସାରେ, ରବି ଋତୁରେ ପ୍ରାୟ ୨ ଶହ କ୍ୱିଣ୍ଟାଲ ଧାନ ଉତ୍ପାଦନ ହୋଇଥିବାଳେ ତାଙ୍କୁ ମାତ୍ର ୪୫ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା। ବାକି ପ୍ରାୟ ଦେଢ ଶହ କ୍ୱିଣ୍ଟାଲ ଧାନ କମ୍‌ ଦରରେ ବିକ୍ରି କରିଥିବାରୁ କୈବଲ୍ୟ ବିପୁଳ ପରିମାଣର କ୍ଷତି ସହିଥିଲେ। ପରେ ବର୍ଷା କାରଣରୁ ଖରିଫ୍ ଚାଷ କ୍ଷତି ହେବାରୁ ଭାଙ୍ଗି ପଡ଼ିଥିଲେ। ଏହାକୁ ନେଇ ସେ ଆର୍ଥିକ ସଙ୍କଟରେ ପଡ଼ିବା ସହ ଋଣ ଚାପରେ ଥିଲେ। ତେଣୁ ମାନସିକ ଚାପରେ ଥିଲେ। ଫଳରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି ଆଞ୍ଚଳିକ କୃଷକ ସଂଗଠନ। 

Odisha Sambalpur Farmer Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ