anubhab and barsha
ସୋସିଆଲ ମିଡିଆରେ ଅନୁଭବ-ବର୍ଷା ବିବାଦ । ଘର କଳିକୁ ସୋସିଆଲ ମିଡିଆରେ ବଖାଣିବା ପରେ କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ବର୍ଷିଛନ୍ତି ଅଭିନେତ୍ରୀ ବର୍ଷାଙ୍କ ସମର୍ଥକ । ବର୍ଷାଙ୍କ ସପକ୍ଷରେ ହୋଇଛି ସିରିଜ ଟ୍ୱିଟ୍ । ଅନୁଭବଙ୍କ ନାଁ ନନେଇ ଟ୍ୱିଟରରେ ଅନେକ କଥା ଉଲ୍ଲେଖ କରାଯାଇଛି । ମିଥ୍ୟାବାଦୀର ମିଥ୍ୟା ଆରୋପର ଗପ । ମିଛର ମହାଡ୍ରାମା, ସତ୍ୟ ଉପରେ ଅସତ୍ୟର ଚାଦର ଘୋଡାଇବା ପାଇଁ ମିଛ କାନ୍ଦ । ଡରେଇ ଧମକେଇ, ମିଥ୍ୟା ଆରୋପ ଲଗାଇ ବରବାଦ କରିବାର ବଡ଼ ଷଡଯନ୍ତ୍ର ଆଦି ଅନେକ କିଛି ଏହି ସିରିଜ ଟ୍ୱିଟରେ ଲେଖାଯାଇଛି ।
ତେବେ ବର୍ଷାଙ୍କୁ ସମର୍ଥନ କରି ସମର୍ଥକ କହିଛନ୍ତି ଆପଣ ବିଜୟିନୀ । ନିଜର କଷ୍ଟକୁ ଚାପି, ଶହ ଶହ ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି । ନ୍ୟାୟର ଲଢେଇ ଚୁପଚାପ୍ ଲଢୁଛନ୍ତି । ନା କେବେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି, ନା କେବେ ସୋସିଆଲ ମିଡିଆରେ କିଛି ଲେଖିଛନ୍ତି । ପ୍ରଭୁ ଜଗନ୍ନାଥ ଜାଣିଛନ୍ତି ସତ କଣ , ମିଛ କ’ଣ । ବର୍ଷାଙ୍କ ଫ୍ୟାନଙ୍କ ଦ୍ୱାରା ହୋଇଥିବା ଏହି ପୋଷ୍ଟକୁ ନିଜେ ବର୍ଷା ଲାଇକ୍ କରିଥିବା ବେଳେ ଏନେଇ କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଗତକାଲି ସୋସିଆଲ ମିଡିଆରେ ଅଧଘଣ୍ଟାର ଭିଡିଓ ପୋଷ୍ଟ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଅଧଘଣ୍ଟାର ଭିଡିଓରେ ସେ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବହୁତ କିଛି କହିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନନେଇ ଇଶାରାରେ ଅନେକ କଥା ସେ ବଖାଣିଥିଲେ । ଜୀବନରେ ସେ ଗୋଟିଏ ଭୁଲ୍ କରିଛନ୍ତି, ଜୀବନସାଥୀ ବାଛିବାରେ ଭୁଲ ହୋଇଛି ବୋଲି କହିଥିଲେ । ପତ୍ନୀଙ୍କ ସହ ବିବାଦ ପରେ ନିଜର ରାଜନୈତିକ କ୍ୟାରିଅର୍ ନେଇ ବି ସନ୍ଦେହ ପ୍ରକାଶ କରିଥିଲେ । ସୋସିଆଲ ମିଡିଆରେ ଅନୁଭବଙ୍କ ଏହି ଭିଡିଓ ନିଆଁ ଭଳି ଭାଇରାଲ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653047933.jpg)