Advertisment

ନିଜ ସାହସ ଓ ଦମ୍ଭରେ ଭାରତର ନାମକୁ ଚମକେଇ ଥିବା କିଛି ନାରୀଙ୍କ କାହାଣୀ

ଦେଶର ସ୍ୱାଧୀନତା ସଂଗ୍ରାମ ହେଉ ବା ଦେଶକୁ ବିଶ୍ୱ ସାମ୍ନାରେ ଭିନ୍ନ କରିବା ହେଉ ଭାରତୀୟ ନାରୀଙ୍କ ଅବଦାନ କମ ନାହିଁ। ଆସନ୍ତୁ ଜାଣିବା ସେଭଳି କିଛି ନାରୀଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଦେଶ ଆଜି ଗର୍ବ କରେ।

ଅଦ୍ୟତନ ହୋଇଛି
Famous Indian powerful women personalities

Famous Indian powerful women personalities

Advertisment

ଭାରତ ପାଳନ କରୁଛି ଏହାର ୭୩ ତମ ଗଣତନ୍ତ୍ର ଦିବସ। ୧୯୫୦ ଜାନୁୟାରୀ ୨୬ରେ ଭାରତର ସମ୍ବିଧାନ ସାରା ଦେଶରେ ଲାଗୁ ହୋଇଥିଲା। ତେବେ ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇବାରେ ଭାରତୀୟ ମହିଳାମାନଙ୍କର ମଧ୍ୟ ବିଶେଷ ଅବଦାନ ଥିବାବେଳେ ସ୍ୱାଧୀନ ଭାରତର ସମ୍ବିଧାନ ଗଠନରେ ୧୫ ଜଣ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

Advertisment

୧୯୪୭ ରୁ ୨୦୨୨ ପର୍ଯ୍ୟନ୍ତ ଦେଶର ମାତୃ ଶକ୍ତିର ଭୂମିକା ଭାରତକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ତାଲିକାରେ ଆଣିଛି ଏବଂ ଭାରତର ନାମକୁ ସାରା ବିଶ୍ୱରେ ଆଲୋକିତ କରିଛି।

ତେବେ ଏମିତି କିଛି ଜଣାଶୁଣା ମହିଳା ଅଛନ୍ତି ଯେଉଁମାନେ ଗଣତନ୍ତ୍ର ଦିବସ ଅବସରରେ ମହିଳା ସଶକ୍ତିକରଣର ପତାକା ଉଡେଇଛନ୍ତି। ବିଶ୍ୱ ସାମ୍ନାରେ ଏହି ମହିଳାମାନଙ୍କର ଉତ୍ସାହ, କଠିନ ପରିଶ୍ରମ ଏବଂ ସମର୍ପଣ ହେତୁ ଭାରତର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡ ଉପରକୁ ଉଠେ। ଆସନ୍ତୁ ଜାଣିବା ଏହି ଭାରତୀୟ ମହିଳାଙ୍କ ସଫଳତାର କାହାଣୀ।

Advertisment

ଅରୁଣିମା ସିହ୍ନା:

ଅନେକ ଲୋକ ମାଉଣ୍ଟ ଏଭରେଷ୍ଟ ଚଢିଛନ୍ତି ସତ କିନ୍ତୁ ୨୦୧୩ ମସିହାରେ ଭାରତର ପ୍ରଥମ ଭିନ୍ନକ୍ଷମ ମହିଳା ଅରୁଣିମା ସିହ୍ନା ଏଭରେଷ୍ଟ ପର୍ବତରେ ପହଞ୍ଚି ଭାରତୀୟ ମହିଳାଙ୍କ ଶକ୍ତିକୁ ବିଶ୍ୱରେ ପରିଚିତ କରାଇଥିଲେ। ୨୦୧୧ରେ ଅରୁଣିମା ସିହ୍ନାଙ୍କୁ କିଛି ଲୋକ ଚଳନ୍ତା ଟ୍ରେନରୁ ଫିଙ୍ଗି ଦେଇଥିଲେ। ଏହାପରେ ଅରୁଣିମାଙ୍କ ବାମ ଗୋଡ ଅଚଳ ହୋଇଯାଇଥିଲା।

ସେ କିନ୍ତୁ ଛାଡି ନଥିଲେ ନିଜର ସ୍ୱପ୍ନକୁ। କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ଦୁଇ ବର୍ଷ ପରେ ଏଭରେଷ୍ଟକୁ ଚଢିବାରେ ସଫଳ ହୋଇଥିଲେ। ଅରୁଣିମାଙ୍କ ନାମରେ ଆହୁରି ମଧ୍ୟ ଅନେକ ରେକର୍ଡ ଅଛି। ସେ ଆଣ୍ଟାର୍କଟିକାର ସର୍ବୋଚ୍ଚ ପର୍ବତ ଭିନ୍ସନ୍ ଉପରେ ଭାରତର ତ୍ରିରଙ୍ଗାକୁ ଉଡାଇ ଥିଲେ। ଏହି ସଫଳତା ପାଇବାରେ ଅରୁଣିମା ଦୁନିଆର ପ୍ରଥମ ଭିନ୍ନକ୍ଷମ ମହିଳା ହୋଇଥିଲେ।

Advertisment

କଳ୍ପନା ଚାୱଲା:

ଟେକ୍ନୋଲୋଜି ଦିଗରେ ଭାରତ ଲଗାତର ଭାବେ ଆଗେଇ ଚାଲିଛି। ଦେଶରେ ମଧ୍ୟ ଟେକ୍ନୋଲୋଜି ଏବଂ ବିଜ୍ଞାନ କ୍ଷେତ୍ରରେ ମହିଳାମାନଙ୍କର ଅଂଶଗ୍ରହଣ ବଢି ବଢି ଚାଲିଛି। ଏହି ଦିଗରେ ପ୍ରଥମ ପଦକ୍ଷେପ ଗ୍ରହଣ କରିଥିବା କଳ୍ପନା ଚାୱଲା ହେଉଛନ୍ତି ପ୍ରଥମ ମହିଳା। ମହାକାଶକୁ ଯାଇଥିବା ଭାରତୀୟ ମୂଳ ପ୍ରଥମ ମହିଳା ହେଉଛନ୍ତି କଳ୍ପନା ଚାୱଲା। ତାଙ୍କ ସଫଳତା ପାଇଁ ସମଗ୍ର ଦେଶ ଆଜି ଗର୍ବିତ।

ଅବନୀ ଚତୁର୍ବେଦୀ:

ମଧ୍ୟପ୍ରଦେଶର ରୀୱାରେ ଜନ୍ମଗ୍ରହଣ କରିଥିବା ଅବନୀ ଚତୁର୍ବେଦୀ ହେଉଛନ୍ତି ଭାରତର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍। ଅବନୀଙ୍କ ସହ ମୋହନା ସିଂ ଏବଂ ଭାବନା କାନ୍ତ ମଧ୍ୟ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ପାଇଁ ମନୋନୀତ ହୋଇଥିଲେ। ଏହି ତିନିଜଣ ମହିଳା ଚୟନ ପୂର୍ବରୁ ମହିଳାମାନଙ୍କୁ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ ଉଡ଼ାଇବାକୁ ସୁଯୋଗ ଦିଆଯାଇ ନ ଥିଲା।

୨୦୧୮ରେ, ଅବନୀ ଏକାକୀ ମିଗ୍ -୨୧ ଯୁଦ୍ଧ ବିମାନ ଉଡ଼ାଇବା ପରେ ପ୍ରଥମ ଭାରତୀୟ ମହିଳା ପାଇଲଟ୍ ହୋଇଥିଲେ। ବର୍ତ୍ତମାନ ସମୟରେ, ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ ଭାରତର ଯୁଦ୍ଧ ଜାହାଜରେ ସାମିଲ୍ ହୋଇଛି। ଏନେଇ ଶିବାଙ୍ଗୀ ସିଂଙ୍କୁ ପ୍ରଥମ ମହିଳା ପାଇଲଟ୍ ଭାବେ ମନୋନୀତ କରାଯାଇଛି। ଶିବାଙ୍ଗୀ ସିଂ ନୈସେନାର ପ୍ରଥମ ମହିଳା ପାଇଲଟ୍।

ଗୀତା ଗୋପୀନାଥନ୍:

୨୦୧୮ ମସିହାରେ ପ୍ରଥମ ଭାରତୀୟ ମୁଖ୍ୟ ଅର୍ଥନୀତିଜ୍ଞ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରେ ନିଯୁକ୍ତ ହୋଇଥିଲେ ଗୀତା ଗୋପୀନାଥନ୍। ସେ ହାର୍ଭାର୍ଡରୁ ଅର୍ଥନୀତିରେ ଡିଗ୍ରୀ ପାଇଥିଲେ। ଗୀତା ଗୋପୀନାଥନ୍‌ଙ୍କ ନାମରେ ଆଉ ଏକ ବଡ଼ ସଫଳତା ମଧ୍ୟ ଅଛି। ବିଶିଷ୍ଟ ଅର୍ଥନୀତିଜ୍ଞ ଅମୃତ୍ୟ ସେନଙ୍କ ପରେ ସେ ଦ୍ୱିତୀୟ ଭାରତୀୟ୍ ଯିଏ ହାର୍ଭାର୍ଡ ଅର୍ଥନୀତି ବିଭାଗରେ ସ୍ଥାୟୀ ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ସେ ୨୦୧୧ରେ ବିଶ୍ୱ ଅର୍ଥନୈତିକ ଫୋରମରୁ ୟଙ୍ଗ୍‌ ଗ୍ଲୋବାଲ୍‌ ଲିଡର୍‌ ଆଖ୍ୟା ମଧ୍ୟ ପାଇଛନ୍ତି।

Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ