Advertisment

ଅନ୍ୟ ଧର୍ମର ପୁଅକୁ ବାହା ହେଲା ଝିଅ, ୧୧ ଦିନରେ ଶୁଦ୍ଧିକ୍ରିୟା କଲେ ପରିବାର...

ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ। ଅନ୍ୟ ଧର୍ମର ପୁଅକୁ ଝିଅ ବାହା ହେଲେ ବୋଲି ଆଜି ୧୧ ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ।

Family performs last rites of daughter for marrying lover in Gajapati

Family performs last rites of daughter for marrying lover in Gajapati

Advertisment

ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ। ଅନ୍ୟ ଧର୍ମର ପୁଅକୁ ଝିଅ ବାହା ହେଲେ ବୋଲି ଆଜି ୧୧ ଦିନରେ ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ।ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତର୍ଗତ ଚାନ୍ଦିପୁଟ୍ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ, ଗାଁର ସହଦେବ ସାହୁଙ୍କ ମଝିଆ ଝିଅ ଚାନ୍ଦିନୀ ଗତ ୨ ତାରିଖ ବିଳମ୍ବିତ ରାତିରେ ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ନ ଥିଲେ। ଏହାର ଗୋଟିଏ ଦିନ ପରେ ଝିଅ ଚାନ୍ଦିନୀ ଗାଁର ଅନ୍ୟ ଏକ ଧର୍ମର ପୁଅକୁ ବାହା ହେବା ଫଟୋ ଭାଇରାଲ ହୋଇଥିଲା। ଏହା ଦେଖି ପରିବାର ଲୋକେ କ୍ରୋଧିତ ହୋଇଥିଲେ। 

ଝିଅର ଏଭଳି କାର୍ଯ୍ୟରେ ପରିବାର ଲୋକେ ନିଜକୁ ଅପମାନିତ ମନେ କରିଥିଲେ। ଶେଷରେ ୧୧ ଦିନରେ ପରିବାର ଲୋକ ଆତ୍ମୀୟ ସ୍ୱଜନଙ୍କୁ ଡାକି ପୂଜା ପାଠ ସହ ଝିଅର ଫଟୋରେ ପୁଷ୍ପମାଲ୍ୟ ଦେଇଥିଲେ। ଝିଅର ନିଖୋଜ ନେଇ ପରିବାର ଲୋକେ  ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ଯୁବତୀ ଜଣକ ପ୍ରେମ ବିବାହ କରିବା ପରେ ତାଙ୍କ ପରିବାର ଲୋକ ଝିଅର ଶୁଦ୍ଧିକ୍ରିୟା କରିଥିଲେ। ନିଜ ଘର ସାମ୍ନାରେ ଝିଅର ଫଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Love Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ