Family Of Gram Rakhi, Who Died In Road Mishap While Going To Poll Duty, Breaks Down & Seeks Aid
ବର୍ଷକ ଭିତରେ ଚାଲିଗଲା ୨ ଜୀବନ । ପ୍ରଥମେ ୮ ମାସ ତଳେ ଶ୍ୱଶୁର ଆଉ ଏବେ ସ୍ୱାମୀ ଚାଲିଗଲେ । ନବରଙ୍ଗପୁର ଇଚ୍ଛାବତୀଗୁଡ଼ାର ଗ୍ରାମରକ୍ଷୀ ସିଏଚ୍ ଶେସା ରାଓଙ୍କ ପରିବାରରେ ଏବେ ଘେରିଛି ଦୁଃଖର କଳାବାଦଲ । ୨ ଜଣ ମଣିଷକୁ ହରାଇବା ପରେ ଭାଙ୍ଗି ପଡ଼ିଛନ୍ତି ସଭିଏଁ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ ।
ସୂଚନା ଅନୁସାରେ, ଗତ ୧୮ ତାରିଖରେ ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ନବରଙ୍ଗପୁର ପାପଡାହାଣ୍ଡି ସୋରିଷପଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୋଲିଂ ପାର୍ଟି ବସ୍ରେ ସି.ଏଚ. ସେଶାରାଓଙ୍କ ସମେତ ୩ ଜଣ ପ୍ରାଣ ହରାଇଥିଲେ । ୮ ମାସ ତଳେ ଶେସାଙ୍କ ବାପାଙ୍କର ହୋଇଥିଲା ଦେହାନ୍ତ ଆଉ ଏବେ ପରିବାରର ଏକମାତ୍ର ରୋଜଗାରିଆ ପୁଅ । ଯାହା ପରେ ଏବେ ବେସାହାରା ହୋଇପଡ଼ିଛନ୍ତି ଗ୍ରାମରକ୍ଷୀ ଶେସା ରାଓଙ୍କ ପରିବାର ।
ପ୍ରଥମେ ବାପା ଏବଂ ପରେ ପୁଅ ବର୍ଷକ ଭିତରେ ଚାଲିଗଲେ ଦୁଇଜଣ ଏବେ କିଭଳି ଚଳିବେ କଣ କରିବେ ସେ ନେଇ ଚିନ୍ତାରେ ପରିବାର । ତେବେ ନିର୍ବାଚନ ଡ୍ୟୁଟି ବେଳେ ମୃତ୍ୟୁ ଘଟିଲେ ରାଜ୍ୟ ନିର୍ବାଚନ କମିଶନ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ଘୋଷଣା କରିଥିଲେ । ଜିଲ୍ଲା ପ୍ରଶାସନ ଦ୍ୱାରା ରେଡ୍କସ୍ ପକ୍ଷରୁ ୨୦ ହଜାର ଟଙ୍କା ଏବଂ ୱେଲ୍ଫେୟାର ଫଣ୍ଡରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୨୫ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ବାକି ସହାୟତା ରାଶି ଯୋଗାଇଦେବାକୁ ଦାବି ହୋଇଛି । ସେହିପରି ମୃତ ସେଶାରାଓଙ୍କ ପତ୍ନୀଙ୍କୁ ଚାକିରି ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସେଶାରାଓଙ୍କ ପଡ଼ୋଶୀ ନିବେଦନ କରିଛନ୍ତି ।
ନବଘନ ବିଷୋୟୀଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645498641.jpg)