Advertisment

ନକଲି ସସ୍‌, ନକଲି ସିମେଣ୍ଟ ପରେ ଏବେ ନକଲି ମଶାଧୂପ

କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ସସ, ନକଲି ଲଙ୍କାଗୁଣ୍ଡ ଆଦି କେତେ କଣ ପରେ ଏବେ ଦେଖିବାକୁ ମିଳିଛି ନକଲି ମଶାଧୂପ ।

ଅଦ୍ୟତନ ହୋଇଛି
Fake Mosquito Repellent Stick Factory Busted In Paradip

Fake Mosquito Repellent Stick Factory Busted In Paradip

Advertisment

କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ସସ, ନକଲି ଲଙ୍କାଗୁଣ୍ଡ ଆଦି କେତେ କଣ ପରେ ଏବେ ଦେଖିବାକୁ ମିଳିଛି ନକଲି ମଶାଧୂପ । ପାରାଦୀପ ତାରିଣୀଗଡ଼ାରେ ନକଲି ମଶାଧୂପ କାରଖାନା ଠାବ କରିଛି ପୋଲିସ । ଚଢ଼ାଉରେ ଧୂପ ତିଆରି ପାଇଁ ବ୍ୟବହୃତ ମେସିନ୍, ସରଞ୍ଜାମ ସହ ରସାୟନିକ ଦ୍ରବ୍ୟ ଆଦିକୁ ଜବତ କରାଯାଇଛି ।

Advertisment

ବିଭିନ୍ନ ସରଞ୍ଜାମ ଓ ଯନ୍ତ୍ରାଂଶ ଜବତ କରିବା ସହ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

  Fake Mosquito Repellent Stick Factory Busted In Paradip  (ନକଲି ମଶାଧୂପରେ ବ୍ୟବହୃତ କରାଯାଉଥିଲା ବିଭିନ୍ନ ସରଞ୍ଜାମ ଓ ଯନ୍ତ୍ରାଂଶ)

ସୂଚନା ଅନୁଯାୟୀ, ଅନେକ ଦିନ ହେବ ବେଙ୍ଗାଲୁର ଏକ କମ୍ପାନୀ ସ୍ଲିପ୍ ୱେଲ କମ୍ପାନୀ ନାଁରେ ଚାଲିଥିଲା ନକଲି ମଶାଧୂପ କାରଖାନା ମଶାବତୀ ତିଆରି କରି ଖୋଲମ ଖୋଲା ବ୍ୟବସାୟ ଚଳାଇଥିଲେ । କର୍ତ୍ତୃପକ୍ଷ ଜାଣି ପାରାଦୀପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗତକାଲି ବିଳମ୍ବିତ ରାତିରେ ଚଢାଉ କରିଥିଲା ।

Advertisment
Fake Mosquito Repellent Stick Factory Busted In Paradip (ଥାକ ଥାକ ନକଲି ମଶାଧୂପ)

ସେହିପରି ଗତ ଜାନୁୟାରୀ ମାସ ୩ ରିଖରେ,କଟକ ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ କରି ସିଲ କରିଥିଲା ପୋଲିସ୍ । ଗୋଦାମରେ ୩ଟି ନାମୀଦାମୀ ବ୍ରାଣ୍ଡ ନାଁରେ ମାର୍କେଟକୁ ଡୁପ୍ଲିକେଟ ସିମେଣ୍ଟ ଛଡାଯାଉଥିବାର ଜଣାପଡିଥିଲା ।

Paradip Fake Mosquito Repellent Stick
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ