କଟକରେ ପୁଣି ଭେଜାଲ୍ ! ଖାଦ୍ୟ ସାମଗ୍ରୀ ପରେ ଏବେ ଡିଟରଜେଣ୍ଟ ବି ନକଲି

କଟକ ମାଲଗୋଦାମ ପୋଲିସ୍ ଦ୍ୱାରା ନକଲି ଡିଟରଜେଣ୍ଟ ଫ୍ୟା୍ରିରେ ଚଢାଉ ହୋଇଛି । କଟକ ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ଥିବା ୨ଟି ନକଲି କାରଖାନାରେ ଚଢାଉ ହୋଇଥିବା ସୂଚନା ମିଳିଛି ।

କଟକରେ ପୁଣି ଭେଜାଲ୍ ! ଖାଦ୍ୟ ସାମଗ୍ରୀ ପରେ ଏବେ ଡିଟରଜେଣ୍ଟ ବି ନକଲି

ନକଲି...ନକଲି...ନକଲି...ଏଠି ସବୁକିଛି ନକଲି । କଟକରେ ତେଲ, ଘିଅ, ଧୁପ, ସସ୍, ସାବୁନ୍ ପରେ ଏବେ ଡିଟରଜେଣ୍ଟ । ବଡ଼ ବ୍ରାଣ୍ଡ ଷ୍ଟିକର ଲଗାଇ ବିକୁଥିଲେ ନକଲି ୱାସିଂ ପାଉଡର୍ । କଟକ ମାଲଗୋଦାମ ଥାନା ପୋଲିସ୍ ଏହି ଫ୍ୟା୍ରି ଉପରେ ଚଢ଼ାଉ କରି ନକଲି ଓ୍ବାସିଂ ପାଉଡର, ଷ୍ଟିକର, ପ୍ୟାକିଂ ମେସିନ୍ ପ୍ରଭୃତି ଜବତ କରିଛି ।

( ନକଲି ଡିଟରଜେଣ୍ଟ )

ବସ୍ତା ବସ୍ତା ଡିଟରଜେଣ୍ଟ ପାଉଡର ଥୁଆ ହୋଇଛି । ପାଖରେ ନାମଦାମୀ ବ୍ରାଣ୍ଡର ଏକ ଓ୍ବାସିଂ ପାଉଡର କମ୍ପାନିର ଷ୍ଟିକର୍ ମଧ୍ୟ ରହିଛି । ଏଥିରେ ଏସବୁ ପ୍ୟାକିଂ ହୋଇ ବିକ୍ରି ହେଉଥିଲା । ଆଉ ଲୋକେ ବି ଏହାକୁ ଦାମୀ କମ୍ପାନିର ଡିଟରଜେଣ୍ଟ ଭାବି କିଣୁଥିଲେ ।

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ମାଲଗୋଦାମ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ନକଲି ଷ୍ଟିକର ସହ ଧରିଥିଲା ପୋଲିସ୍ । ତାଠୁ ସୁରାକ ପାଇବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅଭିଯୁକ୍ତ ଫ୍ୟାକ୍ଟ୍ରି ମାଲିକ କଟକ ଟାଙ୍ଗି ଓ ମାହାଙ୍ଗାରେ ଦୁଇଟି ୟୁନିଟ୍‌ରେ ଏସବୁ ପ୍ରସ୍ତୁତ କରୁଥିଲା । ନକଲି ଡିଟରଜେଣ୍ଟ କଟକ ସମେତ ଆଖପାଖ ଅଞ୍ଚଳରେ ବିକ୍ରି କରାଯାଉଥିଲା ।