Advertisment

ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ

ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ। ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଚାଲିଛି ଲୁଟ୍। ଏପଟେ ବୀମା ଟଙ୍କାରୁ ବଞ୍ଚିତ ହେଉଛନ୍ତି ଅସଲି ଚାଷୀ।

ଅଦ୍ୟତନ ହୋଇଛି
ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ

fake farmers arrested

Advertisment

ବଲାଙ୍ଗିର: ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ। ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଚାଲିଛି ଲୁଟ୍। ଏପଟେ ବୀମା ଟଙ୍କାରୁ ବଞ୍ଚିତ ହେଉଛନ୍ତି ଅସଲି ଚାଷୀ। ଏନେଇ ବାରମ୍ବାର କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଶେଷରେ ଥାନାରେ ପହଞ୍ଚି ଥିଲେ ଅସଲି ଚାଷୀ। ଏହାପରେ ଜଣଙ୍କ ପରେ ଜଣେ ନକଲି ଚାଷୀ ପୋଲିସ ହାତରେ ଧରାପଡ଼ିଥିଲେ।

Advertisment

ଏହି ନକଲି ଚାଷୀଙ୍କ କାମ ହେଲା ଅସଲି ଚାଷୀଙ୍କୁ ଚକ୍‌ମା ଦେଇ ସେମାନଙ୍କ କୃଷି ବୀମା ହଡପ କରିବା। ବେଳପଡା, କଣ୍ଟାବାଞ୍ଜି, ଖପ୍ରାଖୋଲ, ବଙ୍ଗମୁଣ୍ଡା ଅଞ୍ଚଳରୁ ଏଭଳି ୧୦ ଜଣ ଚାଷୀଙ୍କୁ ପୋଲିସ ଗିରଫ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଗିରଫ ତାଲିକାରେ କେବଳ ଚାଷୀ ନାହାଁନ୍ତି, ବୀମା ଅର୍ଥ ହଡ଼ପରେ ସମ୍ପୃକ୍ତ ଅଭିଯୋଗରେ କମନ୍ ସର୍ଭିସ ସେଣ୍ଟର ମାଲିକଙ୍କୁ ମଧ୍ୟ ଗିରଫ କରି କଣ୍ଟାବାଞ୍ଜ ପୋଲିସ୍‌ କୋର୍ଟ ଚାଲାଣ କରିଛି। ଦୀର୍ଘ ଦିନ ହେଲା ପ୍ରଧାନମନ୍ତ୍ରୀ କୃଷି ବୀମାରେ ଚଞ୍ଚକତା କରି ନକଲି ଚାଷୀ ଚାଷୀ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଥିଲା। 

Advertisment

ଜଣେ ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ‘ଗତ ୨୫ ତାରିଖ ଦିନ ଇନ୍‌ସ୍ୟୁରାନ୍ସ କରିବା ପାଇଁ ଯେତେବେଳେ ଅନ୍‌ଲାଇନ୍‌ରେ ଚେକ୍‌ କରିଥିଲି, ପୂର୍ବରୁ ମୋ ନାଁରେ ଇନ୍‌ସ୍ୟୁରାନ୍ସ ହୋଇଥିବା ଜାଣିବାକୁ ପାଇଲି। ୧୮ ତାରିଖ ଦିନ ମୋ ନାଁରେ କେହି ଜଣେ ଇନ୍‌ସ୍ୟୁରାନ୍ସ କରି ଦେଇଥିବା ଅନ୍‌ଲାଇନ୍‌ରେ ଦେଖାଇ ଥିଲା। 

ସରକାରଙ୍କଠାରୁ ଅନୁମତି ପାଇଥିବା ବୀମା କମ୍ପାନୀ କୃଷି ବୀମା ପାଇଁ ନୀତି ନିୟମ ଓ ସମୟ ଧାର୍ଯ୍ୟ କରିଥାଏ। ଉପଯୁକ୍ତ ଫର୍ମାଟରେ ନିଜ ନିଜ ଚାଷ ଜମିର କାଗଜପତ୍ର ଦେଇ ଚାଷୀମାନେ ସିଏସସି ସେଣ୍ଟରକୁ ଯାଇ କୃଷି ବୀମା କରିଥାନ୍ତି। ତେବେ ସିଏସସି ସେଣ୍ଟର ମାଲିକଙ୍କ ସହ କାରସାଦି କରି ଚାଷୀଙ୍କ କାଗଜପତ୍ରରେ ନକଲି ଚାଷୀ ମାନେ ନିଜ ନାଁରେ ବୀମା କରି ଦେଇଥିଲେ। ଏପରିକ ଅସଲି ଚାଷୀଙ୍କ ନକଲି ଆଫିଡେଭିଟ୍ ଏବଂ ଦସ୍ତଖତ ବି ଅପଲୋଡ୍ କରିଥିଲେ ନକଲି ଚାଷୀ। ଯେତେବେଳେ ଅସଲି ଚାଷୀ ବୀମା କରିବା ପାଇଁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ଘଟଣା ସାମ୍ନାକୁ ଆସିଥିଲା। 

Advertisment
Bolangir Fake Crop Insurance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ