Advertisment

ନିର୍ବାଚନ ପୂର୍ବରୁ ମାଟିତଳୁ ମିଳିଲା ବିସ୍ଫୋରକ ସାମଗ୍ରୀ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଧ୍ର-ଓଡ଼ିଶା ସୀମାରେ ଥିବା ସ୍ୱାଭିମାନ ଅଞ୍ଚଳରେ ମାଟିତଳୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଟିଫିନ୍ ବୋମା, ଦେଶୀ ବନ୍ଧୁକ, ଭଙ୍ଗା ରିଭଲଭର ଆଦି ସୁରକ୍ଷାବାହିନୀ ଜବତ କରିଛନ୍ତି।

ଅଦ୍ୟତନ ହୋଇଛି
Explosives Found From Ground

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏସ୍ଓଜି, ଡିଭିଏଫ୍ ଓ BSF ପକ୍ଷରୁ ମିଳିତ ଭାବେ ସ୍ୱାଭିମାନ ଅଞ୍ଚଳରେ କମ୍ବିଂ ଅପରେସନ୍ ଚଳାଇଥିଲେ। ଏହି ସମୟରେ ଯନ୍ତ୍ରୀ ପଞ୍ଚାୟତ ନାଦମେଞ୍ଜେରୀ ଗାଁ ପାଖ ଜଙ୍ଗଲରୁ ସୁରକ୍ଷାବଳ ଏହି ବିସ୍ଫୋରକ ଠାବ କରିଥିଲେ।   

ମାଓବାଦୀମାନେ ଏହି ବିସ୍ଫୋରକ ସହାୟତାରେ IED ତିଆରି କରି ପୋଲିସ ଓ ଗ୍ରାମବାସୀକୁ ଟାର୍ଗେଟ କରିବା ଯୋଜନା କରିଥିଲେ ବୋଲି ସନ୍ଦେହ କରାଯାଉଛି। ଆସନ୍ତା ୨୪ ତାରିଖରେ ସ୍ୱାଭିମାନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ ହେବ।    

Advertisment
Maoists Explosives Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ