Expired Medicine Given To Patient
ବଲାଙ୍ଗିର: ବଲାଙ୍ଗିର ବଡ ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ ହୋଇଛି। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି।
ଗତକାଲି ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ପୁଡାପାଲି ଗାଁର ସନ୍ତୋଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଥଣ୍ଡାଜ୍ୱର ହୋଇଥିଲା। ଚିକିତ୍ସା ପାଇଁ ସେ ବଲାଙ୍ଗିର ଭୀମଭୋଇ ମେଡିକାଲ ଯାଇଥିଲେ। ସେଠାରେ ଆଉଟଡୋରରେ ଡାକ୍ତର ତାଙ୍କୁ ୨ଟି ଔଷଧ ପ୍ରେସକ୍ରାଇବ୍ କରିଥିଲେ।
ପରେ ସନ୍ତୋଷ ନିରାମୟ କାଉଣ୍ଟରକୁ ଯାଇ ସରକାରୀ ମାଗଣା ଔଷଧ ଆଣିଥିଲେ। ସେଥିରୁ ଗୋଟିଏ ଔଷଧ ଏକ୍ସପାଏରୀ ହୋଇ ଯାଇଥିବା ଜାଣିପାରି ଏହାକୁ ସେ ଖାଇ ନଥିଲେ। ମେଡିସନ୍ ଷ୍ଟ୍ରିପ୍ ମାନ୍ୟୁଫାକ୍ଚରିଂ ତାରିଖ ୨୦୧୯ ସେପ୍ଟେମ୍ବର ଥିବାବେଳେ ଏକ୍ସପାଏରୀ ତାରିଖ ୨୦୨୧ ଅଗଷ୍ଟ ମାସ ଲେଖା ହୋଇଛି। ଏହା ଏକ୍ସପାଏରୀ ହୋଇ ଯାଇଥିବା ଜାଣିବାରି ସନ୍ତୋଷ ଏହାକୁ ଖାଇ ନଥିଲେ। ଅନ୍ୟପକ୍ଷେ, ଘଟଣାର ତଦନ୍ତ ହେବ ବୋଲି ହସ୍ପିଟାଲ ଅଧୀକ୍ଷକ କହିଛନ୍ତି।
(ଏହା ଏକ ବ୍ରେକିଂ ନ୍ୟୁଜ୍। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us