Advertisment

'ମନ୍ତ୍ରୀ ହେବା ପାଇଁ ମତେ ବବି ଅଫର୍‌ କରିଥିଲା'

ବିଜେଡିରେ ଥିଲେ ମନ୍ତ୍ରୀ ହେଇଥାନ୍ତି । ଗାଈ, ଛେଳି କି ମେଣ୍ଢା ସିନା ବିକ୍ରି ହୁଅନ୍ତି...ମୁଁ ଶଣ୍ଢ, ବିକ୍ରି ହେବି କେମିତି? ବିଜେଡ଼ି ମତେ ଅଫର ଦେଇଥିଲା ଦଳକୁ ଯିବା ପାଇଁ କିନ୍ତୁ ମୁଁ ମନା କରିଦେଲି। ଦେଖନ୍ତୁ ଖୋଲା କଥାରେ ଆଉ କଣ ଖୋଲିକି କହୁଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି।

ଅଦ୍ୟତନ ହୋଇଛି
Tara Prasad Bahinipati

Tara Prasad Bahinipati

Advertisment

ଦେଶ ହେଉ ଅବା ରାଜ୍ୟ ସବୁଠି କଂଗ୍ରେସ ଦଳ ନିଜର ସତ୍ତା ହରାଉଥିବା ବେଳେ, ଦଳର କିଛି ପୁରୁଖା ନେତା ଏବେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ରାଜ୍ୟରେ ନିକଟରେ ପଞ୍ଚାୟତ ଓ ପୌର ନିର୍ବାଚନ ସରିଥିବା ବେଳେ କଂଗ୍ରେସ ଦଳ ଅଭିୟୋଗ କରିଥିଲା ଯେ, ଶାସକ ବିଜେଡି ଦଳ ଟଙ୍କା, ମଦ, ମାଂସ ଦ୍ୱାରା ଭୋଟ କିଣିଛି । ତେବେ ରାଜ୍ୟରେ ନିର୍ବାଚନ ମତାମତକୁ ନେଇ କଂଗ୍ରେସ ଦଳର ଦୁଇ ବରିଷ୍ଠ ନେତା ସୁରେଶ କୁମାର ରାଉତରାଏ ଏବଂ ତାରା ପ୍ରସାଦ ବାହିନୀପତି ଚର୍ଚ୍ଚାରେ ରହିଥାନ୍ତି ।

Advertisment

ନିକଟରେ ଓଟିଭି ଦ୍ୱାରା ପ୍ରସାରିତ ଶୋ ଖୋଲାକଥାରେ କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି ନିର୍ବାଚନରେ କଂଗ୍ରେସର ହାର ନେଇ ଶାସକ ବିଜେଡି ଦଳ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିବାର ଦେଖିବାକୁ ମିଳିଛି । ନିର୍ବାଚନରେ ଶାସକ ବିଜେଡି ଟଙ୍କା ଦେଇ ଭୋଟ କିଣିବା ସହ କଂଗ୍ରେସ ନେତାଙ୍କ ନେତୃତ୍ୱ ଠିକ୍‌ ନ ରହିବା କାରଣରୁ ଏପରି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି । ତାଙ୍କୁ ମଧ୍ୟ ବିଜେଡି ଦଳ ବାରମ୍ବାର ଦଳରେ ଯୋଗ ଦେବା ପାଇଁ ଅଫର୍‌ ଦେଇଥିବା କଥା କହିଛନ୍ତି ।

ସେ କଥା କଥାରେ କହିଛନ୍ତି ଯେ, କଂଗ୍ରେସ ଛାଡି ଯାଉଥିବା ନେତା ମାନେ କେବଳ ମନ୍ତ୍ରୀପଦ ଲୋଭରେ ବିଜେଡିରେ ଯୋଗ ଦେଉଛନ୍ତି । ତାଙ୍କୁ ମଧ୍ୟ ଶାସକ ବିଜେଡି ବହୁବାର ଦଳରେ ଯୋଗ ଦେବା ପାଇଁ ଅଫର୍‌ କରିଥିବାର ସେ ଖୋଲାକଥାରେ କହିଥିଲେ । ବିଜେଡି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ କୁମାର ଦାସ(ବବି ଦାସ) ତାଙ୍କୁ ୨୦୧୯ ନିର୍ବାଚନରେ ବିଜେଡିରେ ସାମିଲ ହେବା ପାଇଁ ବହୁ ପ୍ରଲୋଭନ ଦେଖାଇଥିଲେ । ବବି ଦାସ ତାଙ୍କୁ କହିଥିଲେ କି ‘ଦାଦା ତମେ ବିଜେଡିକୁ ପଳେଇ ଆସ’। କିନ୍ତୁ ସେ ସିଧାସଳଖ ଭାବେ ଡିନାଏ କରିଥିଲେ, ଆଉ କହିଥିଲେ କି ‘ମୁଁ କୋଉ ଦଳକୁ ଯାଇପାରିବିନି କି ମା ମାଉସୀ ଶୁଣିପାରିବିନି’, ଗାଈ, ଛେଳି କି ମେଣ୍ଢା ସିନା ବିକ୍ରି ହୁଅନ୍ତି...ମୁଁ ଶଣ୍ଢ, ବିକ୍ରି ହେବି କେମିତି’?

Advertisment

ତାଙ୍କୁ ଖୋଲାକଥାରେ ପଚରାଯାଇଥିଲେ କି ‘କଂଗ୍ରେସ ନେତାଙ୍କ ବିଜେଡି ପ୍ରେମ କଣ ପାଇଁ’ ? ସେ ଉତ୍ତର ଦେଇଥିଲେ ଯେ, ରାତାରାତି କୋଟିପତି ହେବା ପାଇଁ କଂଗ୍ରେସ ନେତା ବିଜେଡି ଦଳକୁ ଡିଆଁ ମାରୁଛନ୍ତି ।

Tara Prasad Bahinipati Khola Katha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ