Advertisment

ଆହୁରି ରଙ୍ଗୀନ ହେବ ରାଜଧାନୀର ରାତି, ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଏହିସବୁ ଡ୍ୟାନ୍ସ ବାର୍‌

ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାର୍‌ରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲି ପାରିବ। ଏନେଇ ଅବକାରୀ ବିଭାଗ ଅନୁମତି ଦେଇଛି।

ଅଦ୍ୟତନ ହୋଇଛି
Excise Dept allows 14 dance bars in Bhubaneswar till 12 am

Excise Dept allows 14 dance bars in Bhubaneswar till 12 am

Advertisment

ରାଜଧାନୀ ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାର୍‌କୁ ଅବକାରୀ ବିଭାଗ ଅନୁମତି ଦେଇଛି। ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ଏହିସବୁ ଡ୍ୟାନ୍ସ ବାର୍ ଖୋଲା ରହିବ। ଏହି ସମୟ ସୀମା ମଧ୍ୟରେ ଏହିସବୁ ବାର୍‌ରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲି ପାରିବ।

Advertisment

ମହାମାରୀ କରୋନା ପାଇଁ ଗତ ୨ ବର୍ଷ ହେଲା ଡ୍ୟାନ୍ସ ବାର୍ ଉପରେ କଟକଣା ଲାଗୁ ହୋଇଥିଲା। ହେଲେ ଏବେ ଏହି କଟକଣାକୁ କୋହଳ କରାଯାଇଛି। ଅବକାରୀ ବିଭାଗ ରାତି ୧୨ଟା ପର୍ଯ୍ୟନ୍ତ ଏହିସବୁ ଡ୍ୟାନ୍ସ ବାର୍‌କୁ ଅନୁମତି ଦେଇଥିଲେ ବି କମିଶନରେଟ୍ ପୋଲିସର ଗାଇଡଲାଇନ୍ ଅନୁସାରେ ଡ୍ୟାନ୍ସ ବାର୍‌ ଗୁଡ଼ିକ ଚାଲିବ ବୋଲି ସ୍ପଷ୍ଟ କରାଯାଇଛି। ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ଅନୁସାରେ ଡ୍ୟାନ୍ସ ବାର୍ ସବୁ ଚାଲିବ। ହେଲେ ସବୁଥିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯିବ।

୨୧ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାର୍‌ରେ ନିୟୋଜିତ କରାଯାଇପାରିବ ନାହିଁ। ଏହାସହ ଡ୍ୟାନ୍ସରମାନେ ଉତ୍ତେଜକ ପୋଷାକ ପିନ୍ଧିପାରିବେ ନାହିଁ ବୋଲି ନିୟମ ରହିଛି। ଡ୍ୟାନ୍ସ ବାର୍‌ରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ୩ ମାସର ବ୍ୟାକ୍ ଅପ୍ ରହିବା ବାଧ୍ୟତାମୂଳକ କରାଯାଇଛି।

Advertisment
Excise Dept allows 14 dance bars in Bhubaneswar till 12 amExcise Dept allows 14 dance bars in Bhubaneswar till 12 am
Dance Bars Dance Bars In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ