Advertisment

ଏମାର ମଠରେ ଚାଲିଛି ଖୋଳା, ମାଟି ତଳୁ ମିଳିବ କି ଗୁପ୍ତଧନ ?

ପୁରୀର ବହୁ ପୁରାତନ ଏମାର ମଠକୁ ଆଜି ପୁନର୍ବାର ଯାଞ୍ଚ କରାଯାଉଛି। ମାଟି ତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ ଏମାର ମଠକୁ ଖୋଳା ଯାଉଛି।

Puri Emar Matha

Puri Emar Matha

Advertisment

ପୁରୀର ବହୁ ପୁରାତନ ଏମାର ମଠକୁ ଆଜି ପୁନର୍ବାର ଯାଞ୍ଚ କରାଯାଉଛି। ମାଟି ତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ ଏମାର ମଠକୁ ଖୋଳା ଯାଉଛି। ଗତ ସେପ୍ଟେମ୍ବର ୧୬ ତାରିଖରେ ଯାଞ୍ଚ କରାଯାଇ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିଲା। ସେତେବେଳେ ଯେଉଁ ମେଟାଲ୍ ଡିଟେକ୍ଟରରେ ପରୀକ୍ଷା ହୋଇଥିଲା, ତାହା ସେତେ ଶକ୍ତିଶାଳୀ ନଥିଲା। ଫଳରେ ଧାତୁର ଅବସ୍ଥିତି ନେଇ ସଠିକ୍  ଜଣାପଡି ନଥିଲା।

Advertisment

ତେଣୁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ Endowment ଅଧିକାରୀଙ୍କ ସହ ନୂତନ ଟ୍ରଷ୍ଟ ବୋର୍ଡଙ୍କ ଉପସ୍ଥିତିରେ ପୁନର୍ବାର ଯାଞ୍ଚ କରାଯାଉଛି। ପୂର୍ବରୁ ଏପ୍ରିଲ ୨୦୨୧ରେ ଖୋଳା ଯାଇ ୪୫ ଖଣ୍ଡ ରୂପା ଇଟା ବାହାରିଥିଲା। ମାଟି ତଳୁ ଖୋଳାଯାଇ ଭିତରେ ଥିବା ରୂପା ଇଟା ଉଦ୍ଧାର କରାଯାଇଥିଲା। ପୂର୍ବରୁ ଏହି ରୁପା ଇଟା inventory କରାଯାଇଥିଲା। 

ଏହାସହ ରୂପା ତାରକଶି ସାମଗ୍ରୀ, ରୂପା ଗଛ, ରୁପା ଫୁଲଦାନୀ, ବ୍ରୋଞ୍ଜ ଗାଈ-ବାଛୁରୀ ଓ ୧୬ଟି ଖଣ୍ଡା ଉଦ୍ଧାର କରାଯାଇଥିଲା। ୪୫ଖଣ୍ଡ ରୁପା ଇଟା ଜିଲ୍ଲା ଟ୍ରେଜରୀରେ ରଖାଯାଇଛି। ଗତ ୨୦୧୧ ମସିହାରେ ମଠରୁ ୫୨୨ ଖଣ୍ଡ ରୂପା ଇଟା ବାହାରିଥିବା ବେଳେ ସେବେଠାରୁ ରୂପା ଇଟାକୁ ନେଇ ମାମଲା କୋର୍ଟରେ ବିଚରାଧିନ ରହିଛି। ଏହା ମଧ୍ୟରେ ମଠରୁ ପୁନର୍ବାର ଉଦ୍ଧାର ହୋଇଥିବା ୪୫ ଖଣ୍ଡ ରୂପା ଇଟା ଓ ଅନ୍ୟାନ୍ୟ ସାମଗ୍ରୀକୁ ଟ୍ରଷ୍ଟ ବୋର୍ଡ ଅଧିନରେ ରଖାଯାଇଛି।  

Advertisment
Emar Matha Silver Bricks Puri Emar Matha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ