ଜଳଦ ତ୍ରିପାଠୀ ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବୀ ଖାଲି ପଡିଛି ।

ଜଳଦ ତ୍ରିପାଠୀ ହୋଇପାରନ୍ତି ରାଜ୍ୟର ମୁଖ୍ୟ ସୂଚନା କମିଶନର

News Summary

ଜଳଦ ତ୍ରିପାଠୀ ହୋଇପାରନ୍ତି ରାଜ୍ୟର ମୁଖ୍ୟ ସୂଚନା କମିଶନର

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନାଁ ଚୂଡ଼ାନ୍ତ

ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା

ରାଜ୍ୟପାଳଙ୍କ ଅନୁମୋଦନ ପରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର : ତାମିଲନାଡୁର ପୂର୍ବତନ ପୋଲିସ ଡିଜି ଜଳଦ କୁମାର ତ୍ରିପାଠୀ ହୋଇପାରନ୍ତି ରାଜ୍ୟର ମୁଖ୍ୟ ସୂଚନା କମିଶନର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା ମିଳିଛି । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମୁଖ୍ୟ ସୂଚନା କମିଶନର ସୁନୀଲ ମିଶ୍ର ଗତ ମାସ ୧୫ ତାରିଖରେ ଅବସର ନେବା ପରେ ଏହି ପଦବୀ ଖାଲି ପଡିଛି । ଗତ ଜୁନ୍ ୩୦ ତାରିଖରେ ତାମିଲନାଡୁ ଡିଜି ପଦରୁ ଅବସର ନେଇଛନ୍ତି । ପୂର୍ବରୁ ସେ ଚେନ୍ନାଇ ପୋଲିସ କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀ ପାଇଁ ରାଜ୍ୟ ସରକାର ୩ଜଣ ବରିଷ୍ଠ ଅଧିକାରୀଙ୍କ ନାଁକୁ ସର୍ଟଲିଷ୍ଟ କରିଥିଲେ । ତାମିଲନାଡୁର ପୂର୍ବତନ ପୁଲିସ ଡିଜି ଜଳଦ କୁମାର ତ୍ରିପାଠୀ, ରାଜ୍ୟର ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ ଓ ଆଇପିଏସ୍ ଏମ.ଅକ୍ଷୟଙ୍କ ନାଁକୁ ସର୍ଟଲିଷ୍ଟ କରାଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଚୟନ କମିଟି ବୈଠକରେ ଜଳଦ ତ୍ରିପାଠୀଙ୍କ ନାଁକୁ ମନୋନୀତ କରାଯାଇଛି ।

 

୨୦୨୧ ଜୁନ୍ ୩୦ତାରିଖରେ ପୁଲିସ ଡିଜି ପଦବୀରୁ ଅବସର ନେଇଥିଲେ ଓଡ଼ିଶା ଆଇପିଏସ୍ ଜଳଦ ତ୍ରିପାଠୀ । ଚେନ୍ନାଇ ପୁଲିସ କମିଶନର ଭାବେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ପବ୍ଲିକ ଆଡମିନିଷ୍ଟ୍ରେସନରେ ଉଲ୍ଲେଖନୀୟ ସେବା ପାଇଁ ୨୦୦୮ ମସିହାରେ ସେ ପ୍ରଥମ ପୁଲିସ୍ ଭାବେ ‘ପ୍ରଧାନମନ୍ତ୍ରୀ ଆୱାର୍ଡ’ରେ ସମ୍ମାନିତ ହୋଇଥିଲେ ।