Advertisment

ନିଜ ଅଟୋକୁ କରିଦେଲେ ବଗିଚା

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ୱିଟରରେ ଆସିଥିବା ଏକ ଫଟୋ ଜଣେ ଅଟୋ ଚାଳଙ୍କର ପରିବେଶ ପ୍ରତି ଥିବା ମମତାକୁ ଦେଖେଇଛି। ସେ ତାଙ୍କ ଅଟୋକୁ ବଗିଚାରେ ପରିଣତ କରିଥିବା ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Ever seen a garden in an auto

Ever seen a garden in an auto

Advertisment

ପରିବର୍ତ୍ତିତ ପର୍ଯ୍ୟାବରଣକୁ ଦୃଷ୍ଟିରେ ରଖି ସବୁଜତାକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମାଧ୍ୟମରେ ପରିବେଶରେ କେବଳ ସକରାତ୍ମକ ଉନ୍ନତି ଆସିଥାଏ। ଅନେକ ଲୋକ ନିଜ ଘର ସାମ୍ନାରେ ହେଉ କିମ୍ବା ଟେରାସରେ ହେଉ ଗଛ ଲଗାନ୍ତି ଏବଂ ସେଗୁଡିକର ଯତ୍ନ ନିଅନ୍ତି। କିଛି ଲୋକ ଏକ ସୁନ୍ଦର ବଗିଚା ତିଆରି କରିବାରେ ରୁଚି ରଖନ୍ତି। କିନ୍ତୁ ଯଦି ଘରେ ହେଉ କି ବଗିଚାରେ ହେଉ ଗଛ ଲଗାଇବା ସମ୍ଭବ ନ ହୁଏ, ତେବେ ଆପଣ କ’ଣ କରିବେ। ଏହି ପ୍ରଶ୍ନର ଏକ ସରଳ ସମାଧାନ ଏକ ଅଟୋ ଚାଳକଙ୍କ ଠାରୁ ମିଳିଛି।

Advertisment

ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ୱିଟରରେ ଆସିଥିବା ଏକ ଫଟୋ ଦକ୍ଷିଣ ଭାରତର ଜଣେ ଅଟୋ ଚାଳଙ୍କର ହୋଇଥିବା ଜଣାଯାଇଛି। ସେ ତାଙ୍କ ଅଟୋକୁ ବଗିଚାରେ ପରିଣତ କରିଥିବା ଦେଖିବାକୁ ମିଳିଛି। ଏହି ବ୍ୟକ୍ତି ତାଙ୍କ ଅଟୋରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଏକ ଡଜନ ଚାରା ରୋପଣ କରିଛନ୍ତି।

ସେ ନିଜେ ମଧ୍ୟ ଏହିସବୁ ଗଛଗୁଡିକର ଯତ୍ନ ନିଅନ୍ତି। ସେ ତାଙ୍କ ଅଟୋକୁ ମନି ପ୍ଲାଣ୍ଟ ଠାରୁ ଗୋଲାପ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଗଛରେ ସଜାଇଛନ୍ତି। ଏହି ଅଟୋରେ ବସୁଥିବା ଲୋକମାନେ ଏହି ଗଛଗୁଡିକରୁ ନିର୍ମଳ ବାୟୁ ପାଆନ୍ତି। ଏହି ଗଛଗୁଡିକ ଅଟୋ ସିଟ୍ ପାର୍ଶ୍ୱରେ ବାହାରେ ରଡ୍‌ ସାହାଯ୍ୟରେ ରଖାଯାଇଛି, ଯାହା ଦ୍ୱାରା ସେସବୁ ସୂର୍ଯ୍ୟ କିରଣ ସହିତ ବାୟୁ ମଧ୍ୟ ପାଇପାରୁଛନ୍ତି।

Advertisment

ଏହି ଫଟୋକୁ ଜଣେ ସରକାରୀ ଅଧିକାରୀ ଟ୍ୱିଟରରେ ଶେୟାର କରିଛନ୍ତି ଏବଂ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ “ତତ୍ପର ହୃଦୟ ପାଇଁ କିଛି ଅସମ୍ଭବ ନୁହେଁ... ଏଭଳି ମହାନ ବ୍ୟକ୍ତିମାନେ ନୂଆ ରାସ୍ତା ଦେଖାନ୍ତି।” ଫଟୋ ଉପରେ ମନ୍ତବ୍ୟ ଦେଇ ଲୋକମାନେ ଏହି ବ୍ୟକ୍ତିଙ୍କ ଚିନ୍ତାଧାରାକୁ ପ୍ରଶଂସା କରିବାରେ ପଛଘୁଞ୍ଚା ଦେଉ ନାହାନ୍ତି। ଏଥି ସହିତ, କିଛି ଲୋକ ମଧ୍ୟ ପରିବେଶ ପ୍ରତି ନିଜର ଉଦ୍‌ବେଗ ପ୍ରକାଶ କରୁଛନ୍ତି।

Advertisment
Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ