Advertisment

ପାଣିରେ ଭାସୁଛି ଆଲିଶାନ ବଙ୍ଗଳା; ମିଳୁଛି ସବୁ ସୁବିଧା

ସ୍ୱପ୍ନ ଦୁନିଆ ପୂରା ହୋଇଛି। ଯେଉଁମାନେ ସମୁଦ୍ରରେ ଭାସୁଥିବା ଘରେ ରହିବା ନେଇ ସ୍ୱପ୍ନ ଦେଖୁଥିଲେ ସେମାନଙ୍କ ପାଇଁ ଏହା ବାସ୍ତବ ହୋଇଛି। ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।

ଅଦ୍ୟତନ ହୋଇଛି
Entrepreneur builds floating sea mansion

Entrepreneur builds floating sea mansion

Advertisment

ଅଧିକାଂଶ ସମୁଦ୍ରରେ ଭାସୁଥିବା ଘରେ ରହିବା ନେଇ ସ୍ୱପ୍ନ ଦେଖିଥିବେ। ଡଙ୍ଗା ହାଉସ୍‌ବୋଟ୍‌ରେ ଅନେକ ମଧ୍ୟ ଏହାର ଫାଇଦା ଉଠେଇଥିବେ। ଅନେକ ଥର ମନ ମଧ୍ୟ କହିଥିବ ଯେ ଏହି ଶାନ୍ତ ପରିବେଶରେ ସବୁଦିନ ଘର କରି ରହିଯିବାକୁ ଆଉ ପ୍ରକୃତିକୁ ସବୁ ବେଳେ ଉପଭୋଗ କରିବାକୁ।

Advertisment
Entrepreneur builds floating sea mansionପାଣିରେ ଭାସୁଛି ଆଲିଶାନ ବଙ୍ଗଳା

ଚୀନ୍‌ର ଜଣେ ବ୍ୟକ୍ତିଙ୍କ ମନରେ ମଧ୍ୟ ଏଭଳି ଚିନ୍ତାଧାରା ଆସିଥିଲା। ତାଙ୍କ ସ୍ୱପ୍ନକୁ ସାକାର କରିବା ନେଇ ସେ ୬ଶହ ସ୍କୋୟାର୍ ଫୁଟର ଏକ ଘର ତିଆରି କରିଦେଲେ ଯାହା ପାଣିରେ ଭାସୁଛି। ତାଙ୍କର ଏହି ନିଆରା ଉଦ୍ୟମ ନେଇ ସେ ବର୍ତ୍ତମାନ ‘କୋଷ୍ଟଲାଇନ୍’ ଭାବେ ଜଣାଶୁଣା। ଆପଣ ବି ଯଦି ଏହି ଘରର ଚିତ୍ର ଦେଖିବେ ତେବେ ଆପଣଙ୍କ ମନ ନିଶ୍ଚିତ କହିବ ଯେ ଏଠାକୁ ଯିବାକୁ ଆଉ କିଛି ସମୟ କାଟିବାକୁ।

ଚାଇନାର ଉଦ୍ୟୋଗୀ ଏହି ଘର ତିଆରି କରିବା ପାଇଁ ୪ ଲକ୍ଷ ୟୁଆନ୍ ଅର୍ଥାତ୍ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ଫୁଜିଆନ୍ ପ୍ରଦେଶର ସମୁଦ୍ର ଉପକୂଳରେ ଏହି ଘର ନିର୍ମାଣ କରିଛନ୍ତି। ତାଙ୍କର ଏହି ଅନନ୍ୟ ଘର ନିର୍ମାଣ ତାଙ୍କୁ ଏକ ନିଆରା ପରିଚୟ ଦେଇଛି।

Advertisment

ଏହି ଘର ତିଆରି କରିଥିବା କୋଷ୍ଟଲାଇନଙ୍କ ଜୀବନ ଜୀବନ ସମୁଦ୍ର କୂଳରେ ହିଁ ବିତିଛି। ସେ ତାଙ୍କର ଅଧିକାଂଶ ସମୟ ମାଛ ଧରିବା ଏବଂ ଡୋଙ୍ଗଶାନ୍ କାଉଣ୍ଟିରୁ ସୁନ୍ଦର ସୂର୍ଯ୍ୟୋଦୟ ଦେଖିବାରେ ଅତିବାହିତ କରିଛନ୍ତି। ଦକ୍ଷିଣ ଚୀନ୍ ସାଗରକୁ ଦେଖିଲେ ଅନେକ ଥର ସେ କଳ୍ପନା ରାଇଜରେ ଉଡ଼ାଣ ଭରନ୍ତି।

ଦିନେ ସେ ଜଣେ ସାଙ୍ଗଙ୍କ ସହିତ ସମୁଦ୍ର ସହିତ ଜଡିତ ଜୀବନକୁ ନେଇ ଆଲୋଚନା କରୁଥିଲେ। ଏହି ସମୟରେ ୨୦୧୮ରେ, ସେ ତାଙ୍କର ସ୍ଥପତି ବନ୍ଧୁଙ୍କ ସହ ବସିଥିବାବେଳେ ତାଙ୍କ ମନରେ ଏକ ଭାସମାନ ଘରର ଚିନ୍ତାଧାରା ଆସିଥିଲା। ସେହିଦିନ ରାତିରେ ଦୁହେଁ ଏକ ଭାସମାନ ଘର ନିର୍ମାଣ କରିବାକୁ ସ୍ଥିର କରିଥିଲେ।

Advertisment
Entrepreneur builds floating sea mansionଚାଇନାର ପ୍ରଥମ ଭାସମାନ ହୋଟେଲ

କୋଷ୍ଟଲାଇନ୍ ଓ ତାଙ୍କ ସାଙ୍ଗ ଏକ ବଡ କାଠ ଡଙ୍ଗାରୁ ପ୍ରେରଣା ପାଇ ଏହି ଚମତ୍କାର ଘରର ମୂଳଦୁଆ ନିର୍ମାଣ କରିଥିଲେ। ଦୁହେଁ ଏହି ଘରକୁ ଯିବା ପାଇଁ ଓ ସେଠାରେ ରହିବାକୁ ଚାହୁଁଥିଲେ, ତେଣୁ ସେମାନେ ୬୦୦ ବର୍ଗଫୁଟର ଏକ ବଡ ଘର ନିର୍ମାଣ କରିବାକୁ ଚିନ୍ତା କଲେ। ସମୁଦ୍ର ଜୁଆରରୁ ରକ୍ଷା ପାଇବା ପାଇଁ ସେମାନେ ଖୋଲା ସମୁଦ୍ରରେ ଘର ନିର୍ମାଣ କରିବାକୁ ଚିନ୍ତା କଲେ। ତାଙ୍କର ଏହି ବିଳାସପୂର୍ଣ୍ଣ ଭାସମାନ ଘର ୧୬ଟି ମେଟାଲ ଆଙ୍କର୍ସ ଦ୍ୱାରା ରହିଥିବା ବେଳେ ଏହାର ଓଜନ ୧ ଟନ୍।

ଘର ନିର୍ମାଣ କରିବା ସମୟରେ ସବୁଠାରୁ ବଡ ସମସ୍ୟା ଥିଲା ପ୍ଲାଟ୍‌ଫର୍ମର ଉପର ଓ ତଳ ଭାସିବା। ପ୍ରବଳ ପବନ ଯୋଗୁଁ ଏହା ବହୁତ କଷ୍ଟକର ଥିଲା। ପ୍ରଥମେ ସେମାନେ ଚାହୁଁଥିଲେ ଯେ ଏହି ଘରେ ଷ୍ଟିଲ୍ ଓ କାଚ ଆଦି ବହୁର ପରିମାଣରେ ବ୍ୟବହାର କରିବା ନେଇ। କିନ୍ତୁ ସମସ୍ୟା ଦେଖି ସେମାନଙ୍କୁ ଡିଜାଇନରେ ଆପୋଷ ବୁଝାମଣା କରିବାକୁ ପଡିଲା। ବିଦ୍ୟୁତ୍ ସମସ୍ୟାର ସମାଧାନ ଖୋଜିବା ପାଇଁ ସେମାନଙ୍କୁ ଲାଗିଲା ପାଖାପାଖି ଏକ ବର୍ଷ ଲାଗିଯାଇଥିଲା।

Entrepreneur builds floating sea mansionପାଣିରେ ଭାସୁଛି ଆଲିଶାନ ବଙ୍ଗଳା: ଦେଖିଲେ ମନ ହେଇଯିବ ଖୁସୀ

୨୦୧୯ରେ ସମ୍ପୂର୍ଣ୍ଣ ହୋଇଥିବା ଏହି ଘରଟି ଏବେ ଏକ ଭଲ ପର୍ଯ୍ୟଟନ ସ୍ଥଳୀ ପାଲଟି ଯାଇଛି। ଏଠାରୁ ସୁନ୍ଦର ସମୁଦ୍ରର ଦୃଶ୍ୟ ସବୁ ଦିଗରୁ ଦୃଶ୍ୟମାନ ହେଉଛି। ମହାମାରୀ ସମୟରେ କୋଷ୍ଟଲାଇନ୍ ନିଜ ପରିବାରକୁ ଆଇସୋଲେଟ୍ କରିବା ପାଇଁ ଏହି ଘରକୁ ବ୍ୟବହାର କରିଥିଲେ। ବର୍ତ୍ତମାନ ଏହି ଘର ଚାଇନାର ପ୍ରଥମ ଭାସମାନ ହୋଟେଲ ଭାବରେ ପ୍ରତିଷ୍ଠିତ ହୋଇଛି। ଏହାକୁ ବୁକିଂ କରିବା ପାଇଁ କିଛି ଦିନ ପୂର୍ବରୁ ଅନୁରୋଧ କରିବାକୁ ପଡିଥାଏ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ