Advertisment

ଇ-ନାମ ମାର୍କେଟିଂ ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର, ଦୋ ଛକିରେ ଚାଷୀ

କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...

ଅଦ୍ୟତନ ହୋଇଛି
eNAM

eNAM

Advertisment

କୃଷି ବିକାଶ ଓ କୃଷକର ଉନ୍ନତି ପାଇଁ ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା କରିଛନ୍ତି । ଗୁଜୁରାଟ, ଆନ୍ଧ୍ର ପ୍ରଦେଶ, ହିମାଚଳ ପ୍ରଦେଶରେ ସଫଳତାର ସହ ଆଗେଇ ଚାଲିଛି ଇ-ନାମ ମାର୍କେଟିଂ । ଏହା ଦ୍ୱାରା ଜାତୀୟ କୃଷି ବଜାର ସୁଦୃଢ ହେବା ସହ କୃଷିଜାତ ଦ୍ରବ୍ୟ ବିକି ଚାଷୀଟିଏ ଭଳ ଲାଭବାନ ପାଇ ପାରିବ । କହିବାକୁ ଗଲେ ଇ-ନାମ ମାର୍କେଟିଂ ଦ୍ୱାରା ଚାଷୀ, କ୍ରେତା, ବ୍ୟବସାୟୀ ଲାଭ ପାଇ ପାରିବେ।

Advertisment

ଦେଶରେ ପନିପରିବା ଦର କେଉଁଠି କେତେ ରହିଛି, ତାହା ଇ-ନାମ ମାର୍କେଟିଂ ଦ୍ୱାରା ଜଣା ପଡି ଯାଇଥାଏ। ସେହି ହିସାବରେ ନିୟନ୍ତ୍ରିତ ବଜାର କମିଟି ପରିବହନ ବ୍ୟବସ୍ଥା କରି ସେହି ମୂଲ୍ୟରେ ପନିପରିବା ବିକ୍ରୟ କରି ପାରିବ। ଫଳରେ ଅଭାବୀ ବିକ୍ରିର ଶିକାର ହେଉଥିବା ଚାଷୀ ବଜାର ଦର ଜାଣି ନିଜର ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିପାରିବ। ବରଗଡ଼ ଜିଲ୍ଲାରେ ଇ-ନାମ ମାର୍କେଟିଂ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ଏ ନେଇ ଚାଷୀଙ୍କୁ ସଚେତନ କରାଯାଇଛି। ପ୍ରଥମ କରି ଜିଲ୍ଲାରେ ଇ-ମାର୍କେଟ ବ୍ୟବସ୍ଥା ହେଉଥିବାରୁ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ବର୍ତ୍ତମାନ ଇ-ନାମ ମାର୍କେଟିଂରେ ଦେଶର ୧ କୋଟି ୭୩ ଲକ୍ଷ ଲୋକ ଯୋଡି ହୋଇଥିବା ବେଳେ ବରଗଡ଼ ଜିଲ୍ଲାରେ ପ୍ରାୟ ୯ ହଜାର ଚାଷୀ ଓ ୪୫୦ ଜଣ ବ୍ୟବସାୟୀ ନିଜର ରେଜିଷ୍ଟ୍ରସନ କରି ସାରିଛନ୍ତି । ଓଡ଼ିଶାରେ ପ୍ରଥମ କରି ବରଗଡ଼ ଜିଲ୍ଲାର ବରଗଡ଼ ଓ ଅତାବିରା ବ୍ଲକରେ ଏହା ଆରମ୍ଭ ହେବାକୁ ଯାଉଛି । ଏହା ଦ୍ୱାରା କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ହେବା ସହ ଚାଷୀ ଅଧିକ ଲାଭବାନ ହୋଇ ପାରିବେ ।

Advertisment

ତେବେ ଇ-ନାମ ମାର୍କେଟିଂ କେବେ କାର୍ଯ୍ୟକାରୀ ହେଉଛି ଏବଂ ଚାଷୀ ଏଥିରୁ କେତେ ଲାଭ ପାଇ ପାରୁଛନ୍ତି, ତାକୁ ହିଁ ଅପେକ୍ଷା ।

ବରଗଡ଼ରୁ ଦୀପକ ଶର୍ମାଙ୍କ ରିପୋର୍ଟ

ENAM Portal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ