ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ

କଟକ ସିଡିଏ ସ୍ଥିତ ବାସଭବନରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ

ଆଉ ନାହାନ୍ତି ସଂଳାପ ଲେଖକ ରଣଜିତ ପଟ୍ଟନାୟକ ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । କଟକ ସିଡିଏ ସ୍ଥିତ ବାସଭବନରେ ୬୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ଲିଭରଜନିତ ରୋଗରେ ପୀଡ଼ିଥିଲେ । ସେ ପରେ ଚିକିତ୍ସା ଜାରି ରହିଥିଲା । ବହୁ ଟିଭି ସିରିଏଲ ଓ ନାଟକର ସଂଳାପ ଲେଖକ ଭାବେ ମଧ୍ୟ ସୁନାମ ପାଇଥିଲେ ରଣଜିତ ପଟ୍ଟନାୟକ ।

ତାଙ୍କର ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ କରିଛନ୍ତି । ୧୯୫୭ ମସିହା ମାର୍ଚ୍ଚ ୨୦ ତାରିଖରେ ରଣଜିତଙ୍କ ଜନ୍ମ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଏମ୍ଓ ଓ ଏମଫିଲ୍ କରିଥିଲେ । ପେସାରେ ବ୍ୟାଙ୍କ କର୍ମଚାରୀ ଭାବେ କାମ କରିଥିଲେ ବି ନାଟକ, ସାହିତ୍ୟ, ସଙ୍ଗୀତ ପ୍ରତି ଥିଲା ତାଙ୍କର ଦୁର୍ବଳତା ସେ ଅନେକ ନାଟ୍ୟ ପୁସ୍ତକ ଲେଖିବା ସହ ଅନେକ ଧାରାବାହିକ ରଚନା କରିଛନ୍ତି ସେ ।

ପ୍ରକାଶିତ ନାଟ୍ୟ ପୁସ୍ତକ :

୧-ଚଉକି ୨- ନାକ୍‌ଟା ଚିତ୍ରକର (ଫତୁରାନନ୍ଦଙ୍କ ଉପନ୍ୟାସର ନାଟ୍ୟ ରୂପାନ୍ତର) ୩-ଇଚ୍ଛା ବନାମ ପଦ୍ମନାଭ ୪-ଦାନବୀୟ ୫-ମୁକ୍ତି ଏକ ଭୁଲ୍‌ ଶବ୍ଦ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ) ୬-ଟିଟୋ  ୭-ଗୁଣିଆ ଝାଡେଲୋ ଡାହାଣୀ ୮-ଗୋଇଠା ବାବା (ହିନ୍ଦୀରେ ଅନୁବାଦିତ ହୋଇ ନୂଆ ଦିଲ୍ଲୀରୁ ପ୍ରକାଶିତ ।) ୯-ମନ ତୋହର ନିଜ ଗୁରୁ ୧୦-ତିତ୍‌ଲି ୧୧- ଏକାଧିକ ଏକାଙ୍କିକା (ଆଠଟି ଏକାଙ୍କିକା ଏକତ୍ର । ସଇତାନର କବର ଉପରେ ମୁଁ ମଣିଷ, ଆଠ କାନ୍ଥର ଅମରାବତୀ, କସ୍ତୁରୀ, ହୁଏନସାଂଙ୍କ ଭାରତ ପରିଭ୍ରମଣ, ଚିରକାଳ ମିଦାସ୍ /ଉଭା କୁବେର ପୋତା ସପନ, ଚଉକି, କାଶୀ ପିଉସୀ, ବାଘ ଶିକାର) ୧୨- ଗାଁ ୧୩-ମାର୍ଫତ୍ ଈଶ୍ୱର ୧୪-ହା’କୃଷ୍ଣ ୧୫-ବଧିର ଈଶ୍ୱର

ଅପ୍ରକାଶିତ ନାଟକ :

୧-ହାରାକିରି ୨-ନୟନ ପିତୁଳା ୩- ଫିକା ଆକାଶ ୪- କାଶୀନାଥ ୫- ଅନ୍ୟ ଏକ ଶ୍ମଶାନ ସନ୍ଧାନରେ ୬- ଶାମୁକା ସମାଧି ୭-ନ’ଅଙ୍କ ୮- ଆରେ ବାୟା ସବୁ ମାୟା ୯-ତଥାପି ପ୍ରତୀକ୍ଷା ୧୦- ନିରପେକ୍ଷ ନିର୍ଦ୍ଦେଶକ ୧୧- ହାରିବା ଡେରିଅଛି ୧୨- ଅନେଶତ ପବନ ୧୩- ହନୁମାନ ପଇସା ୧୪- ବି.ପି.ଏଲ୍ ୧୫-ଅକ୍କୁ ଶିକାର ୧୬-ନିର୍ବାକ୍‌ 

ପ୍ରକାଶ ଅପେକ୍ଷାରେ 
କାବ୍ୟ ପୁସ୍ତକ : ୧-ଅକବିର କବିତା ୨- ଫେସ୍‌ବୁକ୍ କବିତା

ଗଳ୍ପ ପୁସ୍ତକ : ଗଳ୍ପମଂଚ 

ନାଟ୍ୟ ନିର୍ଦ୍ଦେଶନା :

୧-ପଳାତକ ୨- ଗୁଣ୍ଡା ୩- ଧୃତରାଷ୍ଟ୍ରର ଆଖି ୪-ମୋର ବା ଦୋଷ କ’ଣ ୫-ହାରାକିରି ୬-ନୟନ ପିତୁଳା ୭- ଭିନ୍ନ ଏକ ଶ୍ମଶାନ ସନ୍ଧାନରେ ୮-ବଧିର ଈଶ୍ୱର ୯-ସଇତାନ କବର ଉପରେ ମୁଁ ମଣିଷ ୧୦-ଟିଟୋ ୧୧-ନିରପେକ୍ଷ ନିର୍ଦ୍ଦେଶକ ୧୨-ଦାନବୀୟ ୧୩-ମନ ତୋହାର ନିଜ ଗୁରୁ ୧୪- ଶାମୁକା ସମାଧି ୧୫- ଆରେ ବାୟା ସବୁ ମାୟା ୧୬- କାଶୀନାଥ ୧୭-ଫିକା ଆକାଶ ୧୮- ଗୋଇଠା ବାବା ୧୯-ଗାଁ ୨୦- ହନୁମାନ ପଇସା ୨୧- ଅନେଶତ ପବନ ୨୨- ହା’କୃଷ୍ଣ ୨୩- ମାର୍ଫତ ଈଶ୍ୱର ୨୪-ଚଉକି ୨୫-କସ୍ତୁରୀ ୨୬-କାଶୀ ପିଉସୀ ୨୭-ଗୁଣିଆ
ଝାଡେଲୋ ଡାହାଣୀ ୨୮- ହୁଏନସାଂଙ୍କ ଭାରତ ପରିଭ୍ରମଣ ୨୯-ହାରିବା ଡେରି ଅଛି ୩୦-ଉଭା କୁବେର ପୋତା ସପନ ୩୧-ବାଘ ଶିକାର ୩୨-
ଆଠ କାନ୍ଥର ଅମରାବତୀ

ନାଟ୍ୟ ଅଭିନୟ :

୧-ଯଥା ନଳସ୍ୟ ଦମୟନ୍ତୀ ୨-ପରିଶୋଧ ୩-ଯୋଗ ବିଯୋଗ ୪- ପଳାତକ ୫-ଗୁଣ୍ଡା ୬- ସନ୍ନ୍ୟାସୀ ୭- ଅଥଚ ଚାଣକ୍ୟ ୮- ରାଜକୀୟ, ୯-କାଳ ପୁରୁଷ ୧୦- ଆଠ କାନ୍ଥର ଅମରାବତୀ ୧୧- ମୁଁ ସଇତାନ କହୁଛି, ୧୨-ମହାନଦୀରେ ବନ୍ୟା ୧୩-ବଧିର ଈଶ୍ୱର ୧୪- ଟିଟୋ ୧୫-ଆରେ ବାୟା ସବୁ ମାୟା ୧୬- ମନ ତୋହର ନିଜ ଗୁରୁ ୧୭- ସମୁଦ୍ର, ୧୮-ହୁଏନସାଂଙ୍କ ଭାରତ ପରିଭ୍ରମଣ ୧୯-ଚଉକି ୨୦-ପ୍ରାପ୍ତି
୨୧-ସ୍ନୋ ୱାଇଟ୍ ଗେଷ୍ଟ୍ ହାଉସ୍ ୨୨-ଉଭା କୁବେର ପୋତା ସପନ ୨୩-ଧୂଳି ଘରୁ ଆକାଶ ଆଡକୁ ୨୪-ଇଚ୍ଛା ବନାମ ପଦ୍ମନାଭ ୨୫-ଆମ
ଘରର ହାଲ୍‌ଚାଲ୍‌

ଚଳଚ୍ଚିତ୍ର ଚିତ୍ରନାଟ୍ୟ, ସଂଳାପ ଓ ଗୀତ ରଚନା :

୧-ଗୋପରେ ବଢ଼ୁଛି କଳା କହ୍ନେଇ ୨-ରକତ ଚିହ୍ନିଛି ନିଜର କିଏ ୩- ସମୟ ଖେଳୁଛି ଚକା ଭଉଁରୀ ୪- ବର୍ଷା ମାଇଁ ଡାର୍ଲିଂ ୫- ପ୍ରେମ ଋତୁ
ଆସିଲାରେ ୬- ମୁଁ ତତେ ଲଭ୍ କରୁଛି ୭- ସତ୍ୟମେବ ଜୟତେ ୮- ମତେ ତ ଲଭ୍ ହେଲାରେ ୯- ଦିୱାନା ୧୦- ଡନ୍ ୧୧- ରୋମିଓ ଦି
ଲଭ୍‌ରବୟ ୧୨-ୱାନ୍ ଫୋର୍ ଥ୍ରୀ ଆଇ ଲଭ୍ ୟୁ ୧୩- ମୁଁ କ’ଣ ଏତେ ଖରାପ ୧୪-ଇଡିଏଟ୍ ୧୫-ପ୍ରେମୀ ନମ୍ବର ୱାନ ୧୬-ରଜା ଝିଅ ସାଂଗେ
ହେଇଗଲା ଭାବ ୧୭-ଶପଥ ୧୮-ପର୍ଶୁରାମ ୧୯-ପାରିବେନି କେହି ଅଲଗା କରି ୨୦-ମୁଁ ଏକା ତୁମର ୨୧-ମ୍ୟାଟ୍ରିକ୍ ଫେଲ୍ ୨୨-ସମ୍‌ଥିଙ୍ଗ୍‌
ସମ୍‌ଥିଙ୍ଗ୍ ୨୩- ମା’ଖୋଜେ ମମତା ୨୪-ଠିକ୍ ତୋରି ପରି ଝିଅଟିଏ ୨୫-ପ୍ରେମୀ ୨୬-ତୋର ମୋର ପ୍ରେମ କାହାଣୀ ୨୭-ଦଣ୍ଡାବାଳୁଙ୍ଗା

(ଭାଗ-୨) ୨୮-ଦିୱାନା ହେଲି ତୋ ପାଇଁ ୨୯-ସୁପର ମିଛୁଆ ୩୦- ପ୍ରେମରେ ପ୍ରେମରେ ୩୧-ଅଶୋକ ସମ୍ରାଟ ୩୩-ଭଲ ପାଏ ତତେ
ଶହେରୁ ଶହେ ୩୪-ତୋର ଦିନେକୁ ମୋର ଦିନେ ୩୫- ଆଇ ଲଭ୍ ୟୁ (ଭାଗ-୨)୩୬-ଲଭ୍ ପାଇଁ କୁଛ୍ ଭି କରେଗା ୩୭-ଶକ୍ତି ୩୮-ଦିଲ୍‌
ଦିୱାନା ହେଇଗଲା ୩୯-ସିଷ୍ଟର୍ ଶ୍ରୀଦେବୀ ୪୦-ଫ୍ରେଣ୍ଡ୍‌ସିପ୍ ୪୧-ଶ୍ରୀମାନ୍‌ ସୁରଦାସ

ଧାରାବାହିକ ରଚନା :

୧-ଗୁଣିଆ ଝାଡେଲେ ଡାହାଣୀ ୨-ମହାଯଜ୍ଞ ୩-ସ୍ୱାଭିମାନ ୪-ତୋ ଅଗଣାରେ ତୁଳସୀ ମୁଁ ୫-କେମିତି ଏ ବନ୍ଧନ ୬- ପରୀ ୭-ସିନ୍ଦୂର ବିନ୍ଦୁ ୮- ଜୟ ମା’ ଲକ୍ଷ୍ମୀ ୯-ନୂଆ ବୋହୂ ୧୦-ସାବିତ୍ରୀ ୧୧-ମଙ୍ଗଳା ଚରଣ

ସଙ୍ଗୀତ ନିର୍ଦ୍ଦେଶନା ଓ ଗୀତ ରଚନା: ୧-ସାଇ ଅମୃତ ୨-ଲକ୍ଷେ ଫଗୁଣ ୩-ଦୁର୍ଗତିନାଶିନୀ ଦୁର୍ଗା ୪-ଜୟ ମା’ ଲକ୍ଷ୍ମୀ ୫-ଛାତି ଚଲ୍ କଲା ୬-ଟାଇମ୍‌ପାସ୍ ଇତ୍ୟାଦି ଆଲ୍‌ବମ୍ ଓ ଧାରାବାହିକର ସଙ୍ଗୀତ ନିର୍ଦ୍ଦେଶନା ଓ ଗୀତ ରଚନା ।