emergency meeting over monkeypox outbreak
ରାଜ୍ୟରେ ମଙ୍କିପକ୍ସ ମୁକାବିଲା ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ବସିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ସାଢେ ୪ଟାରେ ଉଚ୍ଚସ୍ତରୀୟ ବୈଠକ ବସିବ । ଏଥିରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଡିଏମଇଟି ପ୍ରମୁଖ ଉପସ୍ଥିତ ରହିବେ ।
ବିଭିନ୍ନ ରାଜ୍ୟରୁ ମଙ୍କିପକ୍ସର ସନ୍ଦିଗ୍ଧ ଚିହ୍ନଟ ପରେ ରାଜ୍ୟ ଏହାର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ । ପୂର୍ବରୁ ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ ଜାରି କରିସାରିଛି । ଯଦି କୌଣସି ବ୍ୟକ୍ତିଙ୍କଠାରେ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଲକ୍ଷଣ ବାହାରିଲେ ନିକଟସ୍ଥ ଆଶା କର୍ମୀ କିମ୍ବା ANM କର୍ମୀଙ୍କୁ ମଧ୍ୟ ଖବର ଦେଇପାରିବେ ବୋଲି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଏହାସହ ହାତ ଓ ଗୋଡର ଆଗରେ ଯଦି ଘା ହୋଇ ଫୋଟକା ହୁଏ ତେବେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ସହ ନିଜକୁ ଆଇସୋଲେଟ କରାନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659156389.jpg)