Advertisment

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବଢି ଚାଲିଛି ହାତୀ ଉପଦ୍ରବ : ଆତଙ୍କିତ ଗ୍ରାମବାସୀ

ଏହି ହାତୀ ପଲ କରଞ୍ଜିଆ ରେଞ୍ଜର ମହୁଲିଆସୁଳି,ରାଉତାଲିପାଟ,ତୁଟି ସାହି ,ହଳଦିଆ, କାଶିଆ ପୋଖରିଆ,ଶିରମଣିପୁର,ଘରମାବେଡା, ସୁନାପୋଷି ଅଞ୍ଚଳରେ ଉତ୍ପାତ ଜାରି ରଖିଛନ୍ତି। ଯାହା ଫଳରେ ଉଭୟ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ନାନାଦି ପ୍ରୟାସ ସତ୍ତ୍ୱେ ହାତୀ ପୁନର୍ବାର ଆସୁଥିବା ବିଭାଗ ସୂଚନା ଦେଇଛି

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବଢି ଚାଲିଛି ହାତୀ ଉପଦ୍ରବ : ଆତଙ୍କିତ ଗ୍ରାମବାସୀ

Elephant

Advertisment

କରଞ୍ଜିଆ: ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ବଢି ଚାଲିଛି ହାତୀ ଉପଦ୍ରବ। ଗତକାଲି ବିଳମ୍ବିତ ରାତିରେ ଏକ ୬ଟିକିଆ ହାତୀପଲ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ପ୍ରବେଶ କରିଥିଲେ। ଦେଉଳି ଗ୍ରାମର ଯୁଧିଷ୍ଠିର ନାୟକଙ୍କ ଘର ଭାଙ୍ଗିବା ସହିତ ଧାନ ଚାଉଳ ହାତୀପଲ ଖାଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ଗତକାଲି ବହୁ ଜାଗାରେ ହାତୀପଲ ପନିପରିବା ଖାଇବା ସହିତ ଧାନ ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଗତ ତିନି ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ ଏକ ୧୮ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଉତ୍ପାତ କରିଥିବା ଗ୍ରାମବାସୀ କହିଛନ୍ତି। ଏହି ହାତୀ ପଲ କରଞ୍ଜିଆ ରେଞ୍ଜର ମହୁଲିଆସୁଳି,ରାଉତାଲିପାଟ,ତୁଟି ସାହି ,ହଳଦିଆ, କାଶିଆ ପୋଖରିଆ,ଶିରମଣିପୁର,ଘରମାବେଡା, ସୁନାପୋଷି ଅଞ୍ଚଳରେ ଉତ୍ପାତ ଜାରି ରଖିଛନ୍ତି।

Advertisment

ଯାହା ଫଳରେ ଉଭୟ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନବିଭାଗର ନାନାଦି ପ୍ରୟାସ ସତ୍ତ୍ୱେ ହାତୀ ପୁନର୍ବାର ଆସୁଥିବା ବିଭାଗ ସୂଚନା ଦେଇଛି। ହାତୀମାନେ ଦଳ ଦଳ ହୋଇ ରହୁଥିବାରୁ ଘୋଉଡାଇବା କଷ୍ଟକର ବୋଲି ବନ ବିଭାଗ ସୂଚନା ଦେଇଛି ।

Advertisment
Elephant Mayurbhanj OdishaNews
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ