Advertisment

ସକାଳୁ ସକାଳୁ ଗାଁରେ ପଶିଲା ହାତୀ, ଜୀବନ ବଂଚାଇବାକୁ ଇଆଡ଼େ ସିଆଡ଼େ ଧାଇଁଲେ ଲୋକେ..

ସକାଳୁ ସକାଳୁ ଶୁଭିଲା ଗାଁରେ ଦନ୍ତା ପଶିଲାରେ...ବାସ୍‌ ଏତିକି ଶୁଣିବା ଆଉ ହାତୀ ଦେଖିବା ପରେ ଜୀବନ ବଂଚାଇବାକୁ ଯିଏ ଯୁଆଡ଼େ ପାଇଲେ ସିଏ ସିଆଡ଼େ ଧାଇଁଲେ। ଟିକିଏ ଟିକିଏରେ ବଂଚିଗଲେ ସ୍କୁଲ ପିଲା...

Elephant Strays Into Baripada Village, School Children Escape Safely

Elephant Strays Into Baripada Village, School Children Escape Safely

Advertisment

ଜୀବନ ବଂଚାଇବା ପାଇଁ କିଏ ସ୍କୁଲ ଭିତରକୁ ତ ଆଉ କିଏ ଛାଚ ଉପରକୁ ଧାଇଁଲେ। କାରଣ ଗାଁକୁ ପଶି ଆସିଥିଲା ଜଙ୍ଗଲୀ ହାତୀ। ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ହାତୀ ଗାଁରେ ପଶିବା ପରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳଥିଲା । ମୟୁରଭଞ୍ଜ ଜିଲ୍ଲାର ମୋରୋଡା ବ୍ଲକ ବାରମାଇଲ ଛକରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

Advertisment

ଝାରଖଣ୍ଡ ଦଲମା ଅଞ୍ଚଳରୁ ଏହି ହାତୀ ଆସି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଜଗଂଲରେ ବୁଲୁଥିବା ବେଳେ ସକାଳୁ ହଠାତ୍ ବାରମାଇଲ ଛକରେ ବୁଲୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ । ସକାଳୁ ସକାଳୁ ପିଲାଙ୍କ ସ୍କୁଲ ଥିବା ବେଳେ ହଠାତ୍ ସେମାନେ ହାତୀ ହାବୁଡରେ ପଡି ଯାଇଥିଲେ । ତେବେ ଭୋରରୁ କୌଣସି ଦୋକାନ ବଜାର ଖୋଲି ନ ଥିବା ଯୋଗୁଁ ହାତୀ କାହାର କ୍ଷତି କରିନଥିଲା...ଆଉ ଅଳ୍ପକେ ବର୍ତ୍ତିଯାଇଥିଲେ ସ୍ଥାନୀୟ ଲୋକେ ଓ ସ୍କୁଲ ପିଲା ।

ବାରିପଦାରୁ ମାନିକ୍ ଲାଲ୍ ପାଣି

Elephant Attack Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ