Elephant spotted in residential area of Bhubaneswar
ରାଜଧାନୀରେ ହାତୀ। ଭୁବନେଶ୍ୱର ସହର ଭିତରେ ପଶିଛି ଦନ୍ତା ହାତୀ। ଗତକାଲି ବିଳମ୍ବିତ ରାତିରେ ହାତୀଟି ସହର ମଧ୍ୟକୁ ପଶିଥିଲା। ହାତୀଟି ମଧ୍ୟରାତ୍ରି ପ୍ରାୟ ସାଢେ ୧୨ଟାରେ ପ୍ରଥମେ ଧଉଳି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଦିନ ବେଳା ପିପିଲିରେ ଥିବା ଏହି ହାତୀ ଧଉଳିକୁ ଚାଲି ଆସି ଗ୍ୟାରେଜ ଛକ ଦେଇ ହାତୀ ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲା। ଏହାପରେ ହାତୀଟି ସୁନ୍ଦରପଦା ଅଞ୍ଚଳରେ ପହଁଞ୍ଚିଥିଲା।
ଆଗେ ଆଗେ ହାତୀ ଚାଲୁ ଥିବାବେଳେ ଏହାକୁ ଘଉଡ଼ାଇବାକୁ ପଛେ ପଛେ ବନବିଭାଗ ଓ ପୋଲିସର ଟିମ୍ ଚାଲିଥିଲେ। ହାତୀ ଘଉଡ଼ାଇବାରେ ବନ ବିଭାଗର ଟିମ୍, ପୋଲିସର ଏକାଧିକ ଟିମ୍ ପ୍ରାୟ ୬୦ରୁ ଅଧିକ କର୍ମଚାରୀ ହାତୀ ଘଉଡ଼ାଇବାକୁ ଏହି ଟିମ୍ରେ ନିୟୋଜିତ ହୋଇଥିଲେ। ଖୋର୍ଦ୍ଧା ବନ ବିଭାଗ, ସିଟି ଫରେଷ୍ଟ ଡିଭିଜନ ଡିଏଫ୍ଓ ମଧ୍ୟ ସାମିଲ ହୋଇଥିଲେ। ହାତୀକୁ ଘଉଡ଼ାବାକୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏବେ ହାତୀଟି ପାତ୍ରପଡ଼ା ଅଞ୍ଚଳରେ ଥିବା ଜଣାପଡ଼ିଛି। ଶେଷରେ ଆଜି ସକାଳେ ବନ କର୍ମଚାରୀ ହାତୀଟିକୁ ଆଇଗିଣିଆ ଅଞ୍ଚଳରେ ଟ୍ରାଙ୍କୁଲାଇଜ କରିଥିଲେ।
ଡାକବାଜି ଯନ୍ତ୍ର ସହାୟତାରେ ଘୋଷଣା...
ଦନ୍ତା ହାତୀଟି ସହର ମଧ୍ୟରେ ଯିବାବେଳେ ଡାକବାଜି ଯନ୍ତ୍ରରେ ବନବିଭାଗର ଟିମ୍ ଘୋଷଣା କରୁଥିବା ଦେଖିବାକୁ ମିଳିଥିଲା। ଲୋକେମାନେ ଘରୁ ନ ବାହାରିବାକୁ ସତର୍କ କରାଯାଇଥିଲା।ହାତୀଟି ସହର ମଧ୍ୟରେ ପାର୍ ହେଉଥିବାବେଳେ ସାମ୍ନାକୁ ନ ଆସିବାକୁ ବନବିଭାଗର ଟିମ୍ କହୁଥିଲେ। ଏହାପରେ ହାତୀଟି ସୁନ୍ଦରପଦା ରେଲ୍ୱେ ଟ୍ରାକ୍ ଦେଇ ପୋଖରୀପୁଟ ଅଞ୍ଚଳରେ ଥିବା ଜାଣି ବନ ବିଭାଗର ଟିମ୍ ସେଠାରେ ପହଞ୍ଚିଥିଲା। ହାତୀ ଘଉଡ଼ାଇବା ଟିମ୍ରେ ଟ୍ରାଙ୍କୁଲାଇଜ ଟିମ୍ ସାମିଲ ହୋଇଥିଲେ। ସୁନ୍ଦରପଦା କେନ୍ଦ୍ରୀୟ ବିଦ୍ୟାଳୟ ଅଞ୍ଚଳରେ ହାତୀଟି ଥିବା ଜାଣି ବନ ବିଭାଗର ଟିମ୍ ଖୋଜାଖୋଜି କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667357819.jpg)