ଚାଲିଗଲା ପୋଷା ହାତୀ ନନ୍ଦ; ଝୁରୁଛି ନନ୍ଦନକାନନ

ଗତ କିଛି ଦିନ ଧରି ଅସୁସ୍ଥ ରହିଥିବା ବେଳେ ଆଜି ଚନ୍ଦକା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ହୋଇଛି ।

Elephant 'Nanda' of Nandankanan Zoo passes away in Chandaka

ଚାଲିଗଲା ନନ୍ଦ ହାତୀ । ଚନ୍ଦକା ଅଭୟାରଣ୍ୟରେ ଆଜି ନନ୍ଦ ହାତୀର ମୃତ୍ୟୁ ହୋଇଛି । ଗତ କିଛି ଦିନ ଧରି ଅସୁସ୍ଥ ରହିଥିବା ବେଳେ ଚିକିତ୍ସା ପରେ ବି ନନ୍ଦର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଶେଷରେ ଆଜି ଆଖି ବୁଜିଛି ନନ୍ଦ । 

ପୂର୍ବରୁ ନନ୍ଦନକାନନରେ ଥିବା ବେଳେ ନନ୍ଦ ହାତୀ ପର୍ଯ୍ୟଟକଙ୍କ ପାଖରେ ବେଶ୍ ପରିଚିତ ଥିଲା । ନନ୍ଦ ଏକ ତାଲିମ ପ୍ରାପ୍ତ କୁମକି ହାତୀ । ଜଙ୍ଗଲ ସୁରକ୍ଷା ଓ ଅନ୍ୟ ହାତୀକୁ ଘଉଡ଼ାଇବାରେ ନନ୍ଦ ମୁଖ୍ୟ ଭୂମିକା ନେଇଥିଲା । ନନ୍ଦନକାନନରେ ଥିବା ବାସନ୍ତୀ ହାତୀ ପାଖରୁ ନନ୍ଦ ଜନ୍ମ ନେଇଥଲା ।

ସୂଚନା ଅନୁସାରେ, ୧୯୯୭ ନଭେମ୍ବର ୨୮ରେ ମାହୁନ୍ତ ରାଧାରମଣ ସିଂହଙ୍କୁ କଚାଡ଼ି ମାରିବା ପରେ ନନ୍ଦ ଚର୍ଚ୍ଚାକୁ ଆସିଥିଲା । ସେହି ଦିନଠୁ ତା ଗୋଡ଼ରେ ଶିକୁଳି ପକା ଯାଇ ରଖାଯାଇଥିଲା । ଏହାପରେ ନନ୍ଦର ମାନସିକ ଅବସ୍ଥାକୁ ଯାଞ୍ଚ କରାଯିବା ପରେ ୨୦୧୦ ମସିହାରେ ବେଡ଼ି ମୁକ୍ତ କରାଯାଇଥିଲା।