Advertisment

ସାରା ରାତି ମଂଚା ଉପରେ ଢାଉଁ ଢାଉଁ...ନହେଲେ ସକାଳୁ ବିଲ ହେବ ପଡ଼ିଆ

ମାସ ସାରା ...ବର୍ଷ ସାରା...ମଂଚା ଉପରେ ବିତୁଛି ଜୀବନ । କି ଖରା କି ବର୍ଷା, ଢାଉଁ ଢାଉଁ ବାଜା ନବାଜିଲେ ସବୁ ଫସଲକୁ ଦଳିମକଚି ନଷ୍ଟ କରିଦେବେ ହାତୀ। ବାରମ୍ବାର ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ

ଅଦ୍ୟତନ ହୋଇଛି
Elephant

Elephant

Advertisment

ହୋ ହୋ ପାଟି ହେଉଛି...ପ୍ଲାଷ୍ଟିକ୍‌ ଡ୍ରମ ବଜାଇ ଘଡିକେ ଘଡିଏ କୁହାଟ ଛଡାଯାଉଛି । ଏମିତି ଦୃଶ୍ୟ ଦେଖିବା ପରେ କିଛି ବୁଝା ପଡିବନି କାହାକୁ । ଅଧ ରାତିରେ ବିଲ ଭିତରେ ସେମାନେ କଣ କରୁଛନ୍ତି ? କାହିଁକି ସେମିତି ରଡି ଛାଡୁଛନ୍ତି ? ଘଟଣା କଣ? ହେଲେ ପୂରା ଘଟଣା ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ମଂଚା ବନ୍ଧା ଯାଇଛି...ମସୁରୀ ବି ପଡିଛି । ସାରା ରାତିରେ ଫସଲ ଜଗିବାକୁ ଅନିଦ୍ରା ହେଉଛନ୍ତି ଚାଷୀ ଭାଇ । ଆଜି କି କାଲିର ସମସ୍ୟା ନୁହେଁ ବରଂ ବର୍ଷବର୍ଷର । ହେଲେ ଆଜିଯାଏଁ ସମସ୍ୟାର କିନ୍ତୁ ହୋଇପାରୁନି ସମାଧାନ ।

Advertisment

ବାଲେଶ୍ୱର ସୋର ବନାଞ୍ଚଳ ଔପଦା ଅଞ୍ଚଳରେ ଏବେ ମାତିଛନ୍ତି ହାତୀ । ଦିନ ହେଉ କି ରାତି ...ଦଳ ଦଳ ହୋଇ ଆସୁଛନ୍ତି । ଯାହା ତ ଖାଉଛନ୍ତି ଖାଉଛନ୍ତି ଅଧିକାଂଶ ଫସଲକୁ ଦଳିଚକଟି ନଷ୍ଟ ବି କରୁଛନ୍ତି । ବର୍ଷକର ଫସଲ ଆଖି ସାମ୍ନାରେ ନଷ୍ଟ ହେବାକୁ କେହି ବି ବରଦାସ୍ତ କରିପାରିବେନି । ସହଜରେ ତ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ତଳି ରୋଇଛନ୍ତି । ତେଣୁ ଫସଲ ବଂଚାଇବାକୁ ନିଇତି ରାତି ଅନିଦ୍ରା ହେଉଛନ୍ତି ପୂରା ଗାଁଟା ଯାକର ଚାଷୀ ।

ଔପଦା ଅଞ୍ଚଳଟି ପାହାଡର ପାଦଦେଶରେ ହୋଇଥିବାରୁ ହାତୀ ଉପଦ୍ରବ ହୋଇଥାଏ । ତେଣୁ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକମାନେ ଏବେ ନିଜର ଫସଲ ପାଇଁ ଗଛରେ ମଞ୍ଚା ବାନ୍ଧି ରହିଛନ୍ତି l ରାତିରେ ହାତୀ ସହିତ ପଣ୍ଡାମାନେ ଆସିଲେ ତାଙ୍କୁ ଗୋଡାଇବା ସହିତ ଫସଲ ବଂଚାଉଛନ୍ତି ଚାଷୀ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିବର୍ଷ ଚାଷୀଙ୍କ ଫସଲକୁ ଏମିତି ନଷ୍ଟ କରୁଛନ୍ତି ହାତୀ ସହିତ ପଣ୍ଡା । ତେଣୁ ଫସଲକୁ ବଂଚାଇବାକୁ ତୁରନ୍ତ ପ୍ରଶାସନ କିଛି ପଦକ୍ଷେପ ନେବାକୁ ଜୋର ଧରିଛି ଦାବି ।

Advertisment

Elephant Farmers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ