Elephant Death
ପୁଣି ଏକ ହାତୀର ମୃତ୍ୟୁ । ତେବେ ଏଥର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀଟିର ଜୀବନ ଯାଇଛି । ଖୋର୍ଦ୍ଧା ଜଙ୍କିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ୨ଟି ହାତୀ ୧୬ ନମ୍ବର ଜାତୀୟ ରାଜପଥ ପାର୍ ହେଉଥିଲେ । ଏହି ସମୟରେ ଏକ ଫେବ୍ରିକେସନ ୟୁନିଟ୍ ପାଇଁ ବସିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ସମ୍ପର୍କରେ ହାତୀଟି ଆସିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ହୋଇଛି । ଖବର ପାଇ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଁଚିଛନ୍ତି । ତେବେ ମୃତ ହାତୀ ପାଖରେ ଅନ୍ୟ ହାତୀଟି ରହିଥିବାରୁ ବନ ବିଭାଗ କର୍ମଚାରୀ ସେହି ଅଂଚଳକୁ ଘେରାଉ କରି ରଖିଛନ୍ତି ।
ପରେ ବିଦ୍ୟୁତ ସଂଯୋଗ କଟା ଯାଇ ମୃତ ହାତୀକୁ ଉଦ୍ଧାର କରାଯାଇଥିଲା। ମୃତ ହାତୀକୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଚନ୍ଦକା ଅଞ୍ଚଳରେ ୨୨ଟି ହାତୀ ପଲ ଖୋର୍ଦ୍ଧା ଅଞ୍ଚଳକୁ ଚାଲି ଆସିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657522712.jpg)