Advertisment

ବାର୍‌ହା ଶିକାର ପାଇଁ ତାର ବିଛା ଯାଇଥିଲା, ହେଲେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଗଲା ହାତୀ

ବାର୍‌ହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ। ଏହା ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ।

ଅଦ୍ୟତନ ହୋଇଛି
Elephant Death

Elephant Death

Advertisment

ବାର୍‌ହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ। ହେଲେ ଏହା ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ। ସମ୍ବଲପୁର ସଦର ରେଞ୍ଜରୁ ଗତକାଲି ଏକ ହାତୀ ମୃତଦେହ ଠାବ ହେବା ପରେ ଏହାର ମୃତ୍ୟୁର ରହସ୍ୟ ଜଣାପଡ଼ିଛି। 

Advertisment

ସଦର ରେଞ୍ଜ ଭୀମଖୋଜ ଜଙ୍ଗଲରୁ ମୃତହାତୀଟି ଠାବ ହୋଇଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ କୌଣସି ଦୁର୍ଘଟଣାବଶତଃ ନୁହେଁ, ବରଂ ୧୧ କେଭି ତାରକୁ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ଆଶଙ୍କା କରାଯାଉଛି।

ବିଦ୍ୟୁତ ତାର ବିଛାଇବା ଅଭିଯୋଗରେ ଖଇରମାଳ ଗାଁର ୩ ଜଣଙ୍କୁ ଅଟକ ରଖିଛି। ଗତ ୬ ତାରିଖରୁ ହାତୀକୁ ବନବିଭାଗ କର୍ମଚାରୀ ଟ୍ରାକ୍ କରୁଥିଲେ ମଧ୍ୟ କୌଣସି ଖୋଜଖବର ପାଉନଥିଲେ।  ଡିଏଫ୍ଓଙ୍କ ସୂଚନା ଅନୁସାରେ, ଗତ ୫ ତାରିଖରେ ହିଁ ହାତୀର ମୃତ୍ୟୁ ହୋଇଛି।

Advertisment

୬ ତାରିଖରେ ଅଭିଯୁକ୍ତମାନେ ବାର୍‌ହା ଶିକାର କରିବାକୁ ବିଦ୍ୟୁତ ତାରର ଫାଶ ବିଛାଇଥିଲେ। ହେଲେ ହାତୀଟି ତାର ସଂସ୍ପର୍ଶରେ ଆସି ଯାଇଥିଲା।  ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Elephant Death In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ