Advertisment

ମହାନଦୀ ପଠାରୁ ଉଦ୍ଧାର ହେଲା ହାତୀର ମୃତ ଦେହ

କଟକ ମୁଣ୍ଡଳି ବ୍ରୀଜ୍ ଉପରମୁଣ୍ଡରେ ଥିବା ମହାନଦୀ ପଠାରୁ ୪ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନବିଭାଗ। ଆଠଗଡ ଡିଏଫଓଙ୍କ ସହ ରେଞ୍ଜର ଓ ପ୍ରାଣୀ ଚିକିତ୍ସକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତାଯାଇଛି। ଗତକାଲି ୧୭ ରୁ ଅଧିକ ହାତୀପଲ ମହାନଦୀ ପାର ହେଉଥିବା ବେଳେ ନଦୀର ସୁଅରେ ଭାସି ଯାଇଥିଲେ।

undefined

Angry Elephant

Advertisment

କଟକ: କଟକ ମୁଣ୍ଡଳି ବ୍ରୀଜ୍ ଉପରମୁଣ୍ଡରେ ଥିବା ମହାନଦୀ ପଠାରୁ ୪ ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନବିଭାଗ। ଆଠଗଡ ଡିଏଫଓଙ୍କ ସହ ରେଞ୍ଜର ଓ ପ୍ରାଣୀ ଚିକିତ୍ସକ ଦେଶୀ ଡଙ୍ଗାରେ ନଦୀ ପାର ହୋଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେଠାରେ ହାତୀଛୁଆର ଶବ ବ୍ୟବଚ୍ଛେଦ କରାଯାଇ ପୋତାଯାଇଛି। ଗତକାଲି ୧୭ ରୁ ଅଧିକ ହାତୀପଲ ମହାନଦୀ ପାର ହେଉଥିବା ବେଳେ ନଦୀର ସୁଅରେ ଭାସି ଯାଇଥିଲେ।

Advertisment

ସେପଟେ କଳାହାଣ୍ଡି,ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବେଡା ଲଖମନ ଜଙ୍ଗଲରେ ଏକ ମାଈ ହାତୀର ମୃତ ଦେହ ଠାବ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ ସହ ବନ୍ୟପ୍ରାଣୀ ଚିକିତ୍ସକ ପହଞ୍ଚି ମୃତ ମାଈ ହାତୀ ମୃତ୍ୟୁର କାରଣ ଖୋଜିଛନ୍ତି । ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ମାଈ ହାତୀ ଗର୍ଭବତୀ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ଶବ ବ୍ୟବଚ୍ଛେଦ ପରେ ସମସ୍ତ ବିଷୟ ଜଣାପଡିବ ବୋଲି ବନ ବିଭାଗ କହିଛି ।

Advertisment

ଏପଟେ, ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲେ । ମହାନଦୀର ମୁଣ୍ଡଳିଠାରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ ପରେ ହାତୀଟି ବ୍ରିଜ୍ ତଳକୁ ବର୍ତ୍ତମାନ ଭାସି ଯାଇଛି । କୂଳକୁ ଆଣିବାକୁ ବନବିଭାଗ ଚେଷ୍ଟା କରୁଥିବା ବେଳେ ହାତୀଟି ତଳକୁ ଭାସି ଯାଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର ଆଇସା ଅଖତରି ନିଶା । ତେବେ ହାତୀର କୌଣସି ପତ୍ତା ମିଳୁନଥିବା ବେଳେ ପ୍ରଶ୍ନ ଉଠୁଛି ହାତୀ ସୁରକ୍ଷିତ ଅଛି କି ନାହିଁ । ସେହିପରି କଟକ ମୁଣ୍ଡଳିରୁ ଗତକାଲି ଖସି ଆସିଥିବା ହାତୀପଲ ଆତଙ୍କ ଚଳାଇଛନ୍ତି । ନରାଜ ଗାଁର ଜଣେ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ନରାଜ କୈବର୍ତ୍ତ ସାହିର ସୁନିଲ କୁମାର ବେହେରା । ଗତ ରାତିରେ ହାତୀପଲ ନରାଜ ଗାଁ ଭିତରେ ଲୁଚି ରହିଥିଲେ । ଗାଁ ଲୋକେ ଓ ବନବିଭାଗ ହାତୀଙ୍କୁ ଜଗି ରହିଥିଲେ । ତେବେ ଆଜି ସକାଳେ ଗାଁ ପଡ଼ଇାରୁ ସୁନିଲଙ୍କର ମୃତଦେହ ଏକ ପଡିଆରୁ ମିଳିଥିଲା

Cuttack Elephant Dead Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ